ଆମ୍ବଗଢିଆ-ସାବିତ୍ରୀ ପୀଠ ରାସ୍ତା ଶୋଚନୀୟ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଆମ୍ବଗଢିଆ ଛକ ଠାରୁ ଓଡଙ୍ଗ ପଞ୍ଚାୟତ ସାବିତ୍ରୀ ପୀଠକୁ ସଂଯୋଗ କରୁଥିବା ୩ କିମି ଦୂରତ୍ୱ ବିଶିଷ୍ଟ ରାସ୍ତା ଶୋଚନୀୟ ହୋଇପଡିଛି । ରାସ୍ତାରେ ପିଚୁ ଉଠି ଖାଲଖମାରେ ପରିଣତ ହୋଇଛି । ବର୍ଷାଦିନେ ରାସ୍ତାରେ ପାଣି ଜମି ରହିବା ଫଳରେ ଲୋକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାରେ ଲୋକ ମାନେ ଜିଲା ଓ ବ୍ଳକ ସଦର ମହକୁମାକୁ ଯାତାୟତ କରିଥାନ୍ତି । ପିଲା ମାନେ ବିଦ୍ୟାଳୟକୁ ଯାଇପାରୁନାହାନ୍ତି । ଜରୁରୀସ୍ଥିତିରେ ଦମକଳ କିମ୍ବା ଆମ୍ବୁଲାନ୍ସ ଯାଇପାରୁନାହିଁ । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ରାସ୍ତା ଶୋଚନୀୟ ହୋଇପଡିଛି । ଜିଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ଏହି ରାସ୍ତା ପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ମରାମତି କରିବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ