ଗଞ୍ଜାମ ଜିଲ୍ଲା ଠିକାଦାର ସଂଘର ବୈଠକ
ହିଞ୍ଜିଳିକାଟୁ, (ଯୁଗାବ୍ଧ ନ୍ୟୁଜ/ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ଠିକାଦାର ସଂଘର ଏକ ଜରୁରୀ ବୈଠକ ହିଞ୍ଜିଳିକାଟୁ ନିକଟସ୍ଥ ଶ୍ୟାମଳାଇ ମନ୍ଦିର ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି ଌିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଂଘର ୧୦ ଦଫା ଦାବି ପୁରଣ ନହେବା ପର୍ଯ୍ୟନ୍ତ ଠିକାଦାରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଓ ରୟାଲଟି ପତ୍ର ଦାଖଲ ନିର୍ଦ୍ଦେଶର ତୁୂରନ୍ତ ପ୍ରତ୍ୟାହାର, ୨୦୧୪ର ସ୍ଥିତକୃତ ସିଡ଼ୁଲ ମୂଲ୍ୟରେ ୨୦୧୯ ମୁଲ୍ୟ ଭିତିରେ ପୁନଃ ଆକଳନ, ତେଲେଙ୍ଗାନା ସରକାରଙ୍କ ନୀତି ଅନୁଯାୟୀ ଜିଏସଟି ପାଇଁ ୧୦ ପ୍ରତିଶତଅଧିକ ପ୍ରାପ୍ୟ ପ୍ରଦାନ, କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡାଡ଼୍ ଡ଼ାଟା ବୁକ୍ ଓ ଟେଣ୍ଡର ନିୟମାବଳୀରର ତୁରନ୍ତ ପ୍ରଚଳନ, ଓଡ଼ିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ୧୪.୯୯% ସମ୍ପୁର୍ଣ୍ଣ ପ୍ରତ୍ୟାହାର, ଉଚ୍ଚ ନ୍ୟାୟଳୟଙ୍କ ବର୍ଦ୍ଧିତ ମୁଲ୍ୟସମ୍ପର୍କୀତ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରୀର ଉଚିତ ନିର୍ଦ୍ଧାରଣ ଓ ଠିକାଦାରଙ୍କୁ ସେହି ଅନୁପାତରେ ପ୍ରାପ୍ୟ ପ୍ରଦାନ, କୌଣସି ବାହ୍ୟ ସର୍ତ ବ୍ୟତିତ କେବଳ ଲାଇସେନ୍ସ କ୍ଷମତା ଅନୁଯାୟୀ କାର୍ଯ୍ୟାଦେଶ, ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସଂଚୟ ପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ ନେଇ ଦାବୀ ଉପସ୍ଥାପନା କରାଯାଇଥିଲା । ଚଳିତ ମାସ ୧୫ ତାରିଖରେ ବ୍ରହ୍ମପୁର ଠାରେ ଜିଲ୍ଲା ସମାବେଶ ଅନୁଷ୍ଠିତ ହେବା ସହ ଜିଲ୍ଲାର ସମସ୍ତ ଠିକାଦାର ଏକତ୍ରିତ ହୋଇ ଶାନ୍ତପୁର୍ଣ୍ଣ ଭାବେ ଶୋଭାଯାତ୍ରାରେ ବାହାରି ସମସ୍ତ ଲାଇନ୍ ଡ଼ିପାର୍ଟମେଂଟରେ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ବୈଠକରେ ସମ୍ପାଦକ ଜି. ଗୋପାଳ ରାଓ ଦୋରା, ସନ୍ତୋଷ କୁମାର ପଟ୍ଟନାୟକ, ସୁରେନ୍ଦ୍ର ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ସେଠି, ନିରଂଜନ ରେଡ୍ଡି, ଗିରିଶ ଚନ୍ଦ୍ର ସାହୁ, ନିରଂଜନ ବେହେରା, ପ୍ରକାଶ ଚନ୍ଦ୍ର ସାହୁ, ଗଜେନ୍ଦ୍ର ପଣ୍ଡା, ଲକ୍ଷ୍ମୀ ନାୟକ, ଶ୍ରୀନିବାସ ମହାପାତ୍ର, ମିଟୁ ପାଢି, ମୃତ୍ୟୁଂଜୟ ପଣ୍ଡାଙ୍କ ସମେତ ଗଂଜାମ ଜିଲ୍ଲାର ବହୁ ଠିକାଦାର ଉପସ୍ଥିତ ଥିଲେ ।


