ଜିଲ୍ଲା ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ୮ଜଣ ଆରୋଗ୍ୟ ପ୍ରାପ୍ତ କୁଷ୍ଠରୋଗୀଙ୍କୁ ସହାୟତା ଉପକରଣ କ୍ରୟ କରିବା ପାଇଁ ପ୍ରତ୍ୟେକଙ୍କୁ ୧୨ହଜାର ୭ଶହ ୫୦ଟଙ୍କାର ଚେକ ପ୍ରଦାନ କରିଥିଲେ । ଭିନ୍ନକ୍ଷମମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ “ପୁନର୍ବାସ”କୁ ଭିନ୍ନକ୍ଷମଙ୍କ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତବର୍ଷ ରାଜ୍ୟ ସ୍ତରୀୟ ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାରଣା “ପୁନର୍ବାସ”ର ସମ୍ପାଦିକା ବନସ୍ମିତା ନାୟକଙ୍କୁ ମାନପତ୍ର, ଉପଢୈାକନ, ପୁଷ୍ପଗୁଛ ଓ ୨୫ହଜାର ଟଙ୍କାର ଚେକ ପ୍ରଦାନ କରି ସମ୍ମାନିତ କରିଥିଲେ । ଶ୍ରୀ ମହାରଣା ଭିନ୍ନକ୍ଷମଙ୍କ ଉନ୍ନତି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ “ପୁନର୍ବାସ” ଅନୁଷ୍ଠାନର ଉଚ୍ଚ ପ୍ରସଂଶା କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ