ମୁଖ୍ୟ ସଡ଼କ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମୁଖ୍ୟ ସଡକ ପ୍ରାଥମିକ ବିଦ୍ୟାଳୟରେ ଡିସେମ୍ବର ୦୭ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ମେଳା କୁ ଉଦଘାଟନ କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଦଳାଇ ଏହି ମେଳାରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ବ୍ୟକ୍ତା ଭାବେ ସିଆରସିସ ପ୍ରତାପ କୁମାର ଖାଡେଙ୍ଗା ଏବଂ ସମ୍ମାନିତ ଅତିଥିଭାବେ ଶିକ୍ଷୟିତ୍ରୀ ସଚଳା କୁମାରୀ ମହାରଣା, ଶିକ୍ଷକ ଜୟନ୍ତ କୁମାର ପଟ୍ଟନାୟକ, ଏସଏମସି ସଭାନେତ୍ରୀ ଲିଲିମା ସାହୁ, ଉପସଭାପତି ସନ୍ତୋଷ କୁମାର ମହାରଣା ଓ ଅଙ୍ଗନୱାଡି କର୍ମୀ ସଂଯୁକ୍ତା ମିଶ୍ର ଯୋଗଦେଇଥିଲେ। ଅତିଥି ବୃନ୍ଦ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିବା ସହ ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଏସଏମସି ସଦସ୍ୟ ସଦସ୍ୟା ବୃନ୍ଦ ମେଳା ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ