ଛତ୍ରପୁର ରେ ରକ୍ତଦାନ ଶିବିର : ୩୦ ୟୁନିଟ ରକ୍ତ ସଂଗ୍ରହ

ଛତ୍ରପୁର, (ଦେବଦତ୍ତ ମହାରଣା) : ଚତ୍ରପୁର ବ୍ଲକର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ସଦସ୍ୟ ମାନେ ନିଜକୁ ବହୁ ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ କରି ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କୁ ଥଇଥାନ, ଗରୀବ ଅସହାୟ ପରିବାରର ଝିଅ ବିବାହ ପାଇଁ ଆର୍ଥିକ ସହାୟତା, ଗରୀବ ପରିବାରର ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ ପ୍ରଦାନ କରି ସବୁବେଳେ ଚର୍ଚ୍ଚରେ ବହୁ ପ୍ରଶଂସା ସାଉଁଟି ଥିବା ବେଳେ ଆଜି ଏକ ନିଆରା ପଦକ୍ଷେପ ନେଇଛନ୍ତି । ଯାହାକି, ସାରା ଓଡିଶାର ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ରକ୍ତର ଅଭାବରୁ କାହାକୁ ମରିବାକୁ ନଦେବା, ସମସ୍ତଙ୍କ ଜୀବନ ବହୁ ମୁଲ୍ୟବାନ, ରକ୍ତ ଦାନ ମହତ୍ ଦାନ ଉଦ୍ଦେଶ୍ୟ ନେଇ ଛତ୍ରପୁର ର ମହିଳାଶକ୍ତି ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ, ଇନସ୍ପେକ୍ଟର ପ୍ରଦୀପ କୁମାର ଦାଶ ଓ ବରିଷ୍ଟ ଡାକ୍ତର ସୁଦର୍ଶନ ସାହୁ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଏପରି ମହତ୍ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି କହିଛନ୍ତି । ଉଲ୍‌ତ ଶିବିରରେ ମାଳତୀ ସାହୁ, ନମିତା ମହାରଣା, ସବିତା ଦାସ, ମନସ୍ୱିନୀ ସାହୁ, ସଞ୍ଜୁକ୍ତା ସାହୁ, ଗୀତା ଖୁଣ୍ଟିଆ, ଗାୟତ୍ରୀ ରେଡ୍ଡି, ଶୈଳବାଳା ରଥ, ଏନ୍‌. ପୁଷ୍ପାଞ୍ଜଳୀ, ସଞ୍ଜୁକ୍ତା ନାୟକଙ୍କ ସମେତ ଅନ୍ୟମାନେ ସ୍ୱେଚ୍ଛାକୃତ ଭାବେ ଯୋଗ ଦେଇଥିଲେ । ଏହି ଶିବିରରେ ମୋଟ ୩୦ ଜଣ ରକ୍ତ ଦାନ କରିଥିଲେ । ଶିବିରକୁ ଅନୁସୁୟା ନାୟକ, ସଙ୍ଗୀତା ଦଳାଇ, ଉର୍ମିଳା ପ୍ରଧାନ, ମିତାଞ୍ଜଳୀ ଗୌଡ, ଇ. କମଳା, ଭି. ପଦ୍ମା ଓ ମିନତି ପ୍ରମୁଖ ପରିଚାଳନା କରିଥିବା ବେଳେ ଛତ୍ରପୁର ପ୍ରେସ କ୍ଲବର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ