ଆନ୍ତର୍ଜାତିକ ମାନବ ଅଧିକାର ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଆନ୍ତର୍ଜାତିକ ମାନବ ଅଧିକାର ଦିବସ ଅବସରରେ ଆନ୍ତର୍ଜାତିକ ମାନବିକ ଅଧିକାର ପରିଷଦ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆନୁକନଲ୍ୟରେ ପରିଷଦର କାର୍ଯ୍ୟାଳରେ ଆଜି ଶୁକ୍ରବାର ଦିନ ପାଳିତ ହୋଇଥିଲା । ଏହି ଅବସରରେ ପରିଷଦର ସାଧାରଣ ସମ୍ପାଦକ ପ୍ରନୋଜ ପଟ୍ଟନାୟକ, ରାମଚନ୍ଦ୍ର ପାଢୀ, ଲାଭବାନ ରାଉଳ, ପି.ମୁକେଶ, ଗିରଶ ପାଢୀ, ସୁଶାନ୍ତ ଗମାଙ୍ଗ, ମନୋଜ ପଟ୍ଟନାୟକ, କେ.ବୁଚି ବାବୁ ପ୍ରମୁଖ ସଭ୍ୟ ଓ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ । ଉପସ୍ଥିତ କର୍ମକର୍ତ୍ତା ମାନେ ମାନବିକ ଅଧିକାରର ସୁରକ୍ଷା ନିମନ୍ତେ ନିଜ ନିଜର ବକ୍ତବ୍ୟ ରଖିଥିଲେ ଏବଂ କବିତା ପାଠ କରିଥିଲେ । ଶେଷରେ ପରିଷଦର ସଭ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।