ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ପରମ୍ପରାକୁ ରକ୍ଷା କରି ଆଜି ରାଜଧାନୀରେ ବରିଷ୍ଠ ସମ୍ବାଦିକଙ୍କୁ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରାଯିବା ସହ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗୀର ସାମ୍ବାଦିକ ସଂଘର ପ୍ରତିଷ୍ଠାତା ତଥା ବର୍ଷିୟାନ ସାମ୍ବାଦିକ ସତ୍ୟ ନାରାୟଣ ବେହେରା ଦ୍ୱାଦଶାହ ଅବସରରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ସଭାପତି ବିଭୂତିଭୂଷଣ କର ଅଧ୍ୟକ୍ଷତା କରି ସ୍ୱର୍ଗତ ବେହେରାଙ୍କୁ ଜଣେ ବହୁମୁଖୀ ପ୍ରତିଭା ଭାବେ ବର୍ଣ୍ଣନା କରିଥିଲେ । ସେ ଏକାଧାରରେ ଜଣେ ପ୍ରଶାସକ, ଲେଖକ, ଅଭିନେତା ଓ ସାମ୍ବାଦିକ ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗ ଉତ୍କଳ ସାମ୍ବାଦିକ ସଂଘ ପାଇଁ ଅପୂରଣୀୟ କ୍ଷତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି, ଭୁବନେଶ୍ୱର ସାମ୍ବାଦିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଲିଙ୍ଗରାଜ ସାହୁ, ଅଜିତ ରଥ, ଟୁଲୁ କୁମାର ପାତ୍ର, ରଶ୍ମିରଞ୍ଜନ ସ୍ୱାଇଁ, ସୁନିଲ ନାୟକ, ଭରତ ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ସ୍ମୃତିଚାରଣ କରିଥିଲେ ।


