କୁରୁଡା ଗୁଳିକାଣ୍ଡ ମାମଲାରେ ଆଉ ୬ଜଣ ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା):କୁରୁଡ଼ା ହତ୍ୟାକାଣ୍ଡ ମାମଲାରେ ଆଉ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସଦର ପୁଲିସ । ଏହି ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ଏବେ ୧୮ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖାନ ନଗର ଅଞ୍ଚଳର ଅଜୟ ନାୟକ, ତେଲେଙ୍ଗା ସାହି ଅଞ୍ଚଳର ବାବୁଆ ଓରଫ ଯୁଗଳ କିଶୋର ଭାରତୀ, ବାଙ୍କତିରା ଅଞ୍ଚଳର ସପନ ଦାସ, କୁରୁଡ଼ା ଅଞ୍ଚଳର ଛୋଟି ଓରଫ ଇନ୍ଦୁବାଳା ସେଠୀ, ତେଲେଙ୍ଗା ସାହି ଅଞ୍ଚଳର ସରୋଜ କୁମାର ଦେ, କୁରୁନା ଅଞ୍ଚଳର ପି ରାଜେଶ ଓରଫ ଭବାନୀ ଶଙ୍କର ନାଥ, ଗୁଡ଼ିପଦା ଅଞ୍ଚଳର ଉଦିତ ଚନ୍ଦ୍ର ନାୟକ, ରେଲୱେ କଲୋନୀ ଅଞ୍ଚଳର ବଟଲ ଓରଫ ଜି.ଭେଙ୍କଟ ରାଓ, ତେଲେଙ୍ଗା ସାହି ଅଞ୍ଚଳର ଶେଖର ଓରଫ କେ. ଶେଖର ରାଓ, ଫୁଲାଡ଼ି ଅଞ୍ଚଳର ବାପି ଓରଫ ସୁଜିତ କୁମାର ସିଂ, ଗୁଡ଼ିପଦା ଅଞ୍ଚଳର ରାମ ଓରଫ ରାମବାବୁ ଦୋରା, ଭାସ୍କର ଗଞ୍ଜ ଅଞ୍ଚଳର ଜୀତେନ ଓରଫ ଜୀତେନ ମୁର୍ମୁ, କୁରୁଡ଼ା ଅଞ୍ଚଳର ପପୁ ଓରଫ ଜୟନ୍ତ ସିଂ, ତେଲେଙ୍ଗା ସାହି ଅଞ୍ଚଳର ନିଖିଲ କୁମାର ବେହେରା, ସହଦେବଖୁଣ୍ଟା ଅଞ୍ଚଳର ଚିରାଗ ରଞ୍ଜନ ଦାସ, ବାଲିଆପାଳ କୁଡ଼ୁମନସିଂ ଅଞ୍ଚଳର ମଦନ ପାତ୍ର । ତେବେ ଏହି ମାମଲାରେ ଜଡ଼ିତ ଦୁଇଜଣ ନାବାଳକଙ୍କୁ ଧରିବା ପରେ ପୁଲିସ କୋର୍ଟରେ ହାଜର କରିଥିବା ମଧ୍ୟ ଜଣାଯାଇଛି । ସେମାନଙ୍କଠାରୁ ୫ଟି ତେଲେଙ୍ଗା କଟୁରୀ, ଗୋଟିଏ ହକି ବାଡ଼ି, ଗୋଟିଏ ଛୁରୀ, ଗୋଟିଏ ମାଂସ କଟା କଟୁରୀ, ଗୋଟିଏ ଦେଶୀ ପିସ୍ତଲ ସହ ୭ ରାଉଣ୍ଡ ଗୁଳି, ୯ଟି ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ସହ ମାରିବା ପାଇଁ ସୁପାରି ନେଇଥିବା ୧୫,୮୫୦ ଟଙ୍କା ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ବିନୋଦ ବିହାରୀ ଦାସଙ୍କୁ ଗତ ଅକ୍ଟୋବର ମାସ ୩୧ ତାରିଖ ସକାଳେ କୁରୁଡ଼ା ବଜାରକୁ ଡକାଇଥିଲେ । ବିନୋଦ ଆସି କୁରୁଡ଼ା ବଜାର ଉପରେ ପହଞ୍ଚିବା ପରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ସେଠୀ ଖୁବ ନିକଟରୁ ତାଙ୍କୁ ଗୁଳି ମାରିଥିଲା । ସେ ପଡ଼ିଯିବା ପରେ ସଞ୍ଜୟ ଓ ପପୁ ସିଂ ତେଲେଙ୍ଗା କଟୁରୀରେ ବିନୋଦର ମୁହଁ ଓ ବେକକୁ ହାଣି ମାରି ଦେଇଥିଲେ । ଅଦ୍ୟାବଧି ମୁଖ୍ୟଅଭିଯୁକ୍ତ ସଞ୍ଜୟ ସେଠୀ ଫେରାର ଅଛି । ତାଙ୍କୁ ମଧ୍ୟ ଖୁବଶୀଘ୍ର ଗରିଫ କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ