ଦିତୀୟ ସେମିଫାଇନାଲକୁ ରାଇରଙ୍ଗପୁର ଏବଂ ଲିଓ କ୍ରିକେଟ ଆକାଡେମୀ ଉନ୍ନିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଓଡିଶା ପ୍ରଷିଦ୍ଧ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ପଡିଆରେ ଆନ୍ତଃରାଜ୍ୟ ‘ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟର ତୃତୀୟ ଦିବସ ଶୁକ୍ରବାର ଦିନ ପ୍ରଥମାର୍ଦ୍ଧରେ ରାଇରଙ୍ଗପୁର କ୍ରିକେଟ କ୍ଲବ ସହିତ ଝାଡଖଣ୍ଡର ଧାନବାଦ କ୍ରିକେଟ ଟିମ ସହିତ ଖେଳରେ ରାଇରଙ୍ଗପୁର କ୍ରିକେଟ କ୍ଲବ ବିଜୟ ଲାଭ କରି ସେମିଫାଇନାଲ ଖେଳକୁ ଉନ୍ନିତ ହୋଇଛି । ସେହିଭଳି ଦିତୀୟାର୍ଦ୍ଧରେ ରାଇଜିଂ ଷ୍ଟୁଡେଣ୍ଟସ, କଟକ ସହିତ ଲିଓ କ୍ରିକେଟ ଆକାଡେମୀ, ଜାମସେଦପୁର ସହ ଖେଳରେ ଲିଓ କ୍ରିକେଟ ଆକାଡେମୀ ବିଜୟ ଲାଭ କରି ଫାଇନାଲକୁ ଉନ୍ନିତ ହୋଇଛି । ପ୍ରଥମାର୍ଦ୍ଧ ଖେଳରେ ଅଭିଷେକ ପରିଡା ମେନ ଅଫ ଦିମେଚ ହୋଇଥିବା ଵେଳେ ଦୀତୀୟାର୍ଦ୍ଧରେ ତନ୍ମୟ ତନ୍ତୁବାଈ ମେନ ଅଫ ଦି ମେଚ ହୋଇଛନ୍ତି । ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଦେଶ ଝାଡଖଣ୍ଡ ମୁକ୍ତି ମୋର୍ଚାର ରାଜ୍ୟ ସୁପ୍ରିମୋ ଅଂଜନୀ ସୋରେନ ଯୋଗ ଦେଇ ଯୁବ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସ଼ହ ମେନ ଅଫ ଦି ମେଚ ବିଜେତା ଅଭିଷେକ ପରିଡାଙ୍କୁ ପୁରଷ୍କୃତ କରିଥିଲେ । ମୁଖ୍ୟ ଅତିଥି ଅଂଜନି ସୋରେନ କହିଥିଲେ ଖେଳ ଭାଇଚାରା ଓ ପ୍ରତିଦ୍ୱନ୍ଦିତା ମନୋଭାବ ସୃଷ୍ଟିକରେ । ସେ କହିଥିଲେ ଏଠାରେ କ୍ରିକେଟ ଅଛି । ଯୁବକମାନେ କ୍ରିକେଟ ଖେଳ ପ୍ରତି ପ୍ରବଳ ଆଗ୍ରହ ଅଛି ହେଲେ କ୍ରିକେଟର ଭିତ୍ତିଭୂମିକୁ ଅଣଦେଖା କରାଯାଇଛି । ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ଝାଡଖଣ୍ଡ ମୁକ୍ତି ମୋର୍ଚା କେନ୍ଦ୍ରୀୟ ସଦସ୍ୟ ପବନ କୁମାର, ଝାମୁମୋ ସାଂଗଠନିକ ସଂପାଦକ ଦୁବରାଜ ନାଗ, ବରିଷ୍ଠ ଝାମୁମୋ ନେତା ସାଲୁ କିସ୍କୁ,ଆଡଭୋକେଟ ସ୍ଵରୂପ ମହାନ୍ତ, ମନୋଜ ବାରିକ ସମେତ ବହୁ ଝାମୁମୋ ନେତୃବୃନ୍ଦ ସାମିଲ ହୋଇଥିଲେ ।


