ଗଦାପୁର ରେ ପାନୀୟ ଜଳର ଉତ୍କଟ ସମସ୍ୟା : ବିଦ୍ୟୁତ ବିଭାଗ ଦାଉ ସାଧୁଛି : ପଞ୍ଚାୟତ କତ୍ତୃପକ୍ଷ ନିରବ ଦ୍ରଷ୍ଟା ସାଜିଛି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ନିମନ୍ତେ ସମସ୍ତ ସୁବିଧା ଅଛି । ଗଦାପୁର ଗ୍ରାମର ଓଡ଼ିଆ ସାହି, ପାଣ ସାହି, ଆଦିବାସୀ ସାହି, ବଜାର ସାହି ରେ ପ୍ରାୟ ସାତସହ ପରିବାର ବସବାସ କରୁଛନ୍ତି । ବସୁଧା ଯୋଜନାରେ ଏହି ଗ୍ରାମର ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଛି । କିଛି ଦିନ ଲୋକେ ପାନୀୟ ଜଳ ଅଭାବ ରୁ ତ୍ରାହି ପାଇଥିଲେ । କିନ୍ତୁ ପଞ୍ଚାୟତ କତ୍ତୃପକ୍ଷ ଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ମାସ ମାସ ଧରି ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଏକ ବୈଠକ କରି ସମସ୍ୟା ର ସମାଧାନ ପାଇଁ ଚେଷ୍ଟା କରିଥିଲେ । ମଟର ଅପରେଟର ଙ୍କୁ ପଚାରି ବୁଝିବାରୁ ବିଦ୍ୟୁତ ସଂଯୋଗ ହେଲେ ପାଣି ଯୋଗାଇ ବାରେ କୌଣସି ଅସୁବିଧା ନାହିଁ ବୋଲି କହୁଥିବା ବେଳେ ବିଦ୍ୟୁତ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି କି ବକେୟା ବିଦ୍ୟୁତ ବିଲ ପୈଠ ନ କଲେ ବିଦ୍ୟୁତ ସଂଯୋଗ ହୋଇପାରିବ ନାହିଁ । ହେଲେ ଗ୍ରାମବାସୀ ଏ ସମ୍ପର୍କରେ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ବିଭାଗୀୟ କତ୍ତୃପକ୍ଷ ଙ୍କୁ ଲିଖିତ ଜଣାଇବା ପରେ ଗୋଟିଏ ଦିନ ପାଇଁ ପାଣି ପ୍ରଦାନ କରାଯାଇଥିଲା।କିନ୍ତୁ ପରବର୍ତ୍ତୀ ସମୟରେ ତାହାକୁ ପୁଣି ବନ୍ଦ କରାଯାଇଛି । ଏଣୁ ବାଧ୍ୟ ହୋଇ ଲୋକେ ନଦୀ ନାଳ କିମ୍ବା ଚୁଆଁ ପାଣି ଉପରେ ନିର୍ଭର କରୁଛନ୍ତି।ଫଳରେ ବିଭିନ୍ନ ଅଜଣା ରୋଗ ର ଶିକାର ହେଉଥିବା ନଜିର ରହିଛି । କୋଭିଡ ପରେ ଓମିକ୍ରମ ଭଳି ମହାମାରୀ ଦେଶରେ ପ୍ରବେଶ କଲାଣି, ସବୁଆଡେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସମସ୍ତ ସୁବିଧା ଥାଇ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବା ଅତି ଦୁର୍ଭାଗ୍ୟ ର ବିଷୟ ହୋଇଛି । ଏଭଳି ସ୍ଥିତିରେ ଲୋକେ ବା କରିବେ କଣ? ଏଣୁ ଲୋକଙ୍କ ସମସ୍ୟା କୁ ହୃଦବୋଧ କରି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମର ଅଶୋକ ପାଲଟା ସିଂ, ଟୁନା ସିଂ, ଅନାଦି ମାଳି, ସୁରଥ ବଡ଼ ନାୟକ, ସୁଶୀ ମନ୍ତ୍ରୀ, ଶୁଭଦ୍ରା ଉଠାନ ସିଂ, ରାସେଣ୍ଟ ପାଲଟା ସିଂ, ପୂର୍ବତନ ସରପଞ୍ଚ ଚିଲିକା ମୁଠାମାଝୀ ସମେତ ସମସ୍ତ ଗ୍ରାମ ବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ