ଦିବଂଗତ ସିଡିଏସ ଜେନେରାଲ ଓ ସେନାନୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା):ସିଡିଏସ ଜେନେରାଲ୍ ବିପିନ ରାୱତ ଏବଂ ଦୁର୍ଘଟଣାଗ୍ରସ୍ତ ହେଲିକେପ୍ଟରରେ ଥିବା ସମସ୍ତ ସହିଦମାନଙ୍କ ଉଦ୍ଦେଶ୍ୟରେ ଭାରତୀୟ ପୂର୍ବତନ ସେନାନୀ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ସଂଘର ସଭାପତି କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ଫାଣ୍ଡି ଛକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଅବସରପ୍ରାପ୍ତ ସେନାନୀ ଯୋଗଦେଇ ଦିବଂଗତ ସେନାନୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଜେନେରାଲ ବିପିନ ରାୱତ ସିଡିଏସ ଭାବେ ଭାରତୀୟ ସେନାକୁ ଆଧୁନିକରଣ କରିବାରେ ନେଇଥିବା ପଦକ୍ଷେପ ସମ୍ପର୍କରେ ସଙ୍ଗଠନର କର୍ମକର୍ତ୍ତମାନେ ସ୍ମରଣ କରିଥିଲେ । ତାଙ୍କର ଅବଦାନକୁ ରାଷ୍ଟ୍ର ତଥା ଭାରତୀୟ ସେନା କେବେ ଭୂଲିପାରିବେ ନାହିଁ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ସେହିଭଳି ଓଡ଼ିଶାର ବୀର ସୈନିକ ରାଣା ପ୍ରତାପ ଦାସଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା । ପୂର୍ବତନ ସେନାନୀ ସଂଘର ଉପ-ସଭାପତି ଅନନ୍ତ ଦାସ, ଯୁଗ୍ମ ସଂପାଦକ ବିଏନ ଜେନା, ହେମନ୍ତ କୁମାର ଭୂୟାଁ ଏବଂ ମାନସ କୁମାର ମହାପାତ୍ର ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।


