ସ୍ମାର୍ଟ ହେଲଥ କାର୍ଡ ଉପରେ ଗ୍ରାମସ୍ତରୀୟ ସଚେତନତା କାର୍ଯ୍ୟକ୍ରମ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ଓଡିଶା ମିଶନ ଶକ୍ତି ବିଭାଗ ଆନୁକଲ୍ୟରେ ନାଉଗାଁ ବ୍ଳକ ଅନ୍ତର୍ଗତ ଗଳଦାରୀ ପଂଚାୟତସ୍ଥିତ ଏରେଡା ଗ୍ରାମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ମାର୍ଟ କାର୍ଡ ସଂର୍ପକରେ ଗ୍ରାମ୍ୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ନାଉଗାଁ ବ୍ଳକର ପୂର୍ବତନ ବ୍ଲକ ଅଧ୍ୟକ୍ଷା ଅମିତା ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପଂଚାୟତର ମହିଳା ସ୍ୱୟଂ ସହାୟିକା ଦଳର ସଦସ୍ୟମାନେ ସାମିଲ ହୋଇ ଜନସାଧାରଣଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ସମ୍ବନ୍ଧୀୟ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ସଭ୍ୟ ପ୍ରଭାତ କୁମାର ସ୍ୱାଇଁ, ଦିଲ୍ଲିପ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।


