ରାଷ୍ଟ୍ରୀୟ ଲୋକ ଅଦାଲତ : ୧୬୦ ମାମଲା ମଧ୍ୟରୁ୯ଟି ଫଇସଲା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ରାଇରଙ୍ଗପୁର କୋର୍ଟ ପରିସରରେ ତାଲୁକ ଆଇନ ସେବା କମିଟି ଆନୁକୂଲ୍ୟରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଦ ଦୀପକ କୁମାରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଡିଜେ କୋର୍ଟରେ ୧୫ଟି ଏମଏସିଟିରୁ କିଛି ଫଇସଲା ହୋଇନାହିଁ । ସେହିଭଳି ସିଭିଲ ଜଜ ସିନିୟର କୋର୍ଟର ସବଜଜ ବାସୁଦେବ ଆଚାର୍ଯ୍ୟ ୪୮ ଟି ବ୍ୟାଙ୍କ କେଶ ଶୁଣାଣୀ ମଧ୍ୟରୁ ୧ଟି ଫଇସଲା ହୋଥିଲା ।ସିଭିଲ ମାମଲା ୨୩ଟିରୁ ୧ଟି ଫଇସଲା ହୋଇଥିଲା । ବୈବାହିକ ୮ଟି ମାମଲା,ଜମି ଅଧିକରଣ ୩ଟି ମାମଲାର ଫଇସଲା ହୋଇନାହିଁ ।ସବଜଜ କୋର୍ଟରେ ୮୨ ଟି ମାମଲାରୁ ୨ଟିର ଫଇସଲା ହୋଇଥିଲା । ସେହିଭଳି ଏସଡିଜେଏମ ସ୍ମରଣିକା ପ୍ରଧାନ କୋର୍ଟରେ ୪୩ ଟି ମାମଲାର ୫ଟି ଫଇସଲା ଶୁଣାଣିର ୧ଲକ୍ଷ ୧୬ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ସେହିଭଳି ଜେଏମଏଫସି ମୋନିକା ଆଚାର୍ଯ୍ୟ ୨୦ଟି ମାମଲାର ଶୁଣାଣି କରି୨ଟା ଫଇସଲା କରିବା ସହ ୨.୦୫,୦୦୦ଟଙ୍କା ଜୋରିମାନା ଆଦାୟ କରିଥିଲେ । ଆଜିର ରାଷ୍ଟ୍ରୀୟ ଲୋକ ଅଦାଲତରେ ରାଇରଙ୍ଗପୁର କୋର୍ଟରେ ୧୬୦ ମାମଲାରୁ ୯ଟି ଫଇସଲା ହୋଇଥିବାବେଳେ ୩,୨୧,୦୦୦ ଟଙ୍କା ଜୋରିମାନା ଆଦାୟ ହୋଇଥିଲା । କୋର୍ଟର କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡି ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ