ଲଘୁଚାପ ଜନିତ ଲଗାଣ ବର୍ଷାରେ କ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ସ୍ମାରକ ପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଏକ ମାସ ମଧ୍ୟରେ ୨ଥର ଲଘୁଚାପ ଜନିତ ବର୍ଷା ଯୋଗୁଁ ଧାନ ଓ ମକା ଫସଲ ସମ୍ପୂର୍ଣ୍ଣ ଉଜୁଡିଯାଇଛି । ଏହା ସହ ପନିପରିବା ଚାଷ ନଷ୍ଟ ହୋଇଛି । ସେପଟେ ଚାଷୀ ମୁଣ୍ଡରେ ହାତଦେଇ ବସିଛି । କୃଷକ ସର୍ବସ୍ୱାନ୍ତ ହୋଇଛନ୍ତି । ଚାଷୀ ତଥା କୃଷକର ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି । ରାଜ୍ୟ ସରକାର ଫସଲ କ୍ଷତିର ଯଥାର୍ଥ ଭାବେ ଆକଳନ କରିବା ପାଇଁ ବ୍ୟବସ୍ଥା କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ବିଡିଓଙ୍କ ଜରିଆରେ ଗଜପତି ଜିଲ୍ଲା କୃଷକ ସଂଘ ତରଫରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆଜି ଏନେଇ ଜିଲ୍ଲା କୃଷକ ସଂଘ ୬ଦଫା ଦାବି ନେଇ ଏକ ସ୍ମାରକପତ୍ର ବିଡିଓଙ୍କୁ ପ୍ରଦାନ କରିଛନ୍ତି । ସେହିପରି ଗତକାଲି ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀଙ୍କୁ ଏହି ପତ୍ର ପ୍ରଦାନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ, ଲଘୁଚାପ ଜନିତ ଲଗାଣ ବର୍ଷାରେ ଧାନ, ମକା, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକାରୀ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ କରାଯିବା , ଧାନ ଫସଲ ପାଇଁ ଏକର ପ୍ରତି ୨୦ହଜାର ଟଙ୍କା ଏବଂ ମକା ଫସଲ ଏକର ପ୍ରତି ୨୦ହଜାର ଟଙ୍କା ଏବଂ ପନିପରିବା ଅନ୍ୟାନ୍ୟ ଅର୍ଥକାରୀ ଫସଲ ପାଇଁ ଏକର ପ୍ରତି ୨୫ହଜାର ଟଙ୍କା କ୍ଷତି ପୂରଣ ଦିଆଯିବା, ସମସ୍ତ କୃଷିଋଣ ଛାଡ କରାଯିବା, ରବି ଫସଲ ପାଇଁ ବନା ସୁଧରେ ଋଣ ସହିତ ବିହନ, ସାର, କୀଟ ନାଶକ ଔଷଧ ମାଗଣାରେ ପ୍ରଦାନ କରାଯିବା, ଚାଷୀ ଅମଳ କରୁଥିବା ସମସ୍ତ ଧାକୁ ଗୁଣାତ୍ମକମାନ ନର୍ବିଶେଷରେ ସରକାରୀ ଧାର୍ଯ୍ୟ ସର୍ବ ନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବା, ଓଡିଶାର ସମସ୍ତ କ୍ଷତିପୂରଣ ସହାୟତା ରାଶି ଋଣ ଏବଂ ଚାଷୀ ପାଉଥିବ ଅନ୍ୟାନ୍ୟ ସରକାରୀ ସୁବିଧା ଗୁଡିକ ପ୍ରକୃତ ଚାଷୀ ଭାଗ ଚାଷୀଙ୍କୁ ପ୍ରଦାନ କରିବା, କୃଷକମାନେ ଫସଲ ଜନିତ କ୍ଷତିର ଉପଯୁକ୍ତ କ୍ଷତିପୂରଣ ପାଇବା ନିମନ୍ତେ ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଡିର ନିର୍ଦ୍ଦେଶାବଳୀକୁ ଉନ୍ନିତ କରିବା ଆଦିକୁ ସରକାର ତୁରନ୍ତ ଦେବା ପାଇଁ ଦାବି କରିଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଜିଲ୍ଲା କମିଟିର ଦଣ୍ଡପାଣି ରଇତ, ମହିତ ମିଶାଲ, ଶ୍ୟାମ ଆନ୍ଦ୍ରାପୁ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ