ଝଲସିବ ରାମଚଣ୍ଡୀ ବେଳାଭୁମି

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବୁଧବାରରୁ କୋଭିଡ ଗାଇଡଲାଇନ ଅନୁଯାୟୀ ଆରମ୍ବ ହେଉଛି ଇକୋ ରିଟ୍ରିଟ । କୋଣାର୍କ-ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ଇକୋ ରିଟ୍ରିଟ ଉତ୍ସବ ନିମନ୍ତେ ପ୍ରସ୍ତୁତି ଦୃତ ଗତିରେ ଚାଲିଛି । ଏହି ଇକୋ ରିଟ୍ରିଟ ଆସନ୍ତା ତିନି ମାସ ଧରି ଚାଲିବ । ଝଲସି ଉଠିବ ସ୍ୱର୍ଣାଭ ବେଳାଭୂମି । ପ୍ରାକୃତିକ ପରିବେଶରେ ଏକ ଅନନ୍ୟ ଅନୂଭୁତି ସାଉଁଟିବେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ୧୧ଟାରେ ଭର୍ଚୁଆଲ ପ୍ଲାଟଫର୍ମରେ ଇକୋ ରିଟ୍ରିଟକୁ ଆନୁଷ୍ଟାନିକ ଭାବେ ଉଦଘାଟନ କରିବେ । ଏହି ଉତ୍ସବ ନିମନ୍ତେ ଟ୍ରାଫିକ ନିୟମକୁ କଡାକଡି କରାଯାଇଛି । ଅନଲାଇନରେ ୫୦୦ ତମ୍ବୁଘର ବୁକିଂ ହୋଇଥିବା ସୂଚନା ମିଳିଛି । ବେଳାଭୂମିରେ ୫୮ ଅତ୍ୟାଧୁନିକ ତମ୍ବୁଘରେ ରାତ୍ରୀଯାପନ ପାଇଁ ଶୀତତାପ ନିୟନ୍ତ୍ରିତ ଏହି ତମ୍ବୁଘରେ ସୋଫା ସେଟ,ଟିଭି,ଇଂଟରନେଟ ଆଦି ବ୍ୟବସ୍ତା ରହିଛି । ଏଥିରେ ଜଳକ୍ରିଡା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ସ୍ପିଡ ବୋଟିଂ,ପାରା ମୋଟରିଂଗ,ବାଇସାଇକେଲ,ଜରବିଂଗ,ବିଚ ଭଲିବଲ,କାଇଟ ଫ୍ଲାଇଂଗ,ପାରାସେଲିଂ ଆଦି ଆକ୍ଟିଭିଟ ଦେଖିବାକୁ ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ