ପରିଦର୍ଶନରେ ଆସିଥିବା ୟୁଜିସି ଟିମ୍‌ର ପ୍ରତ୍ୟାବର୍ତ୍ତନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଉଚ୍ଚ ଶିକ୍ଷା ଅନୁଷ୍ଠାନ କେନ୍ଦ୍ରାପଡା କଲେଜ ସ୍ୱୟଂ ଶାସନର ନବୀକରଣ ପାଇଁ ପରିଦର୍ଶନରେ ଗୁଜୁରାଟ ଭାବନଗର ମହାରାଜା କୃଷ୍ଣକୁମାର ସିଂଜୀ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ କୂଳପତି ପ୍ରଫେସର ଶୈଳେସ ଜାଲାଙ୍କ ନେତୃତ୍ୱରେ ଆସିଥିବା ୟୁଜିସି ଟିମ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଶ୍ରୀ ଜାଲାଙ୍କ ନେତୃତ୍ୱରେ ଇନ୍ଦୋରର ଦେବୀ ଅହଲ୍ୟା ବିଶ୍ୱ ବିଦ୍ୟାଳୟ ଆନ୍ତର୍ଜାତିକ ବୃତ୍ତିଗତ ଅଧ୍ୟୟନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ବି.କେ. ତ୍ରିପାଠୀ, ଜୟପୁର ଏସ୍‌.ଏସ୍‌. ଜୈନ ସୁବୋଧ ସ୍ନାତକତ୍ତୋର ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ଡଃ. କେ.ବି. ଶର୍ମା, ଉତ୍କଳ ବିଶ୍ୱ ବିଦ୍ୟାଳୟ ସ୍ନାତକତ୍ତୋର ପରିଷଦର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ଟିମ୍‌ର ସଂଯୋଜକ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଅୟୋଗର ଶିକ୍ଷା ଅଧକାରୀ ଡଃ. ମୃଗାଙ୍ଗ ଶେଖର ଶର୍ମା, ଓଡିଶା ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡଃ. ଗଙ୍ଗାଧର ନାୟକ ପ୍ରମୁଖ ଗତ ୧୭ ଓ ୧୮ ଦୁଇଦିନ ଧରି କଲେଜର ଭିତ୍ତିଭୂମି, ଗବେଷଣାଗାର, ଶ୍ରେଣୀକକ୍ଷ, ଗ୍ରନ୍ଥାଗାର, ଛାତ୍ର ଓ ଛାତ୍ରୀ ନିବାସ, ଖେଳପଡିଆ, ଇଣ୍ଡୋର ଷ୍ଟାଡିୟମ, ବଗିଚା ପ୍ରଭୃତି ପରିଦର୍ଶନ କରିବା ସହ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୁରାତନ ଛାତ୍ରସଂସଦ କର୍ମକର୍ତ୍ତା, କଲେଜ ପରିଚାଳନା ପରିଷଦର ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମାଧ୍ୟମରେ କଲେଜ ସମ୍ପର୍କରେ ଆବଶ୍ୟକିୟ ତଥ୍ୟ ସଂଗ୍ରହ ଓ ସର୍ବେକ୍ଷଣ ଶେଷ କରି ଶନିବାର ସନ୍ଧ୍ୟାରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଶେଷ ମୁହୁର୍ତ୍ତରେ କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସହ ଆଲୋଚନା ବେଳେ କଲେଜର ସାମଗ୍ରୀକ ବିକାଶରେ ଟିମ୍ ସନ୍ତୋଷ ବ୍ୟକ୍ତ କରିଥିବା ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଟିମ୍‌ର ସଦସ୍ୟମାନଙ୍କୁ ଅଭିଭୂତ କରିଥିଲା ବୋଲି ସେମାନେ ଅଧ୍ୟକ୍ଷଙ୍କ ନିକଟରେ ବ୍ୟକ୍ତ କରିଛନ୍ତି । ମହାବିଦ୍ୟାଳୟ ସମ୍ପର୍କରେ ଅନୁକୁଳ ମତାମତ ସର୍ବେକ୍ଷଣ ରିପୋର୍ଟରେ ସ୍ଥାନ ପାଇବା ନେଇ ଆଶା କରାଯାଏ । କଲେଜ ଅଧ୍ୟକ୍ଷ ଡଃ. ତ୍ରିପାଠୀ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ସର୍ବୋପରି ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ