ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ରାଜ୍ୟସଭା ସାଂସଦ ସୁବାଷ ସିଂଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ରାଜ୍ୟସଭା ସାଂସଦ ସୁବାଷ ସିଂଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଓକିଲ ସଂଘର ସଭାପତି ଆଶୁତୋଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓକିଲମାନଙ୍କ ପକ୍ଷରୁ ଏକ ଦାବୀପତ୍ର ସାଂସଦ ଶ୍ରୀ ସିଂଙ୍କୁ ପ୍ରଦାନ କରାଯାଇଥିଲା । ରାଜ୍ୟସଭା ସାଂସଦ ଶ୍ରୀ ସିଂ ଜିଲ୍ଲାର ସର୍ବ ପୂରାତନ ଜିଲ୍ଲା ଓକିଲ ସଂଘର ସମସ୍ୟା ଓ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ସଭାରେ ଜିଲ୍ଲା ଓକିଲ ସଂଘର ସମ୍ପାଦକ ସେକ ଅଜିମୁଦ୍ଦିନ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି, ଗଗନ ବିହାରୀ ଜେନା, ବିଭୁ ପ୍ରସାଦ ସିଂ, ରଞ୍ଜନ କୁମାର ପଣ୍ଡା, ନିରଞ୍ଜନ ବଳ, ଭୀମସେନ ଭୂୟାଁ, ବ୍ରଜ ସୁନ୍ଦର ରାଉତ, ମାନସ ମହାନ୍ତି, ସ୍ମୃତି ରଂଜନ ସିଂ, ହାଡିବନ୍ଧୁ ସିଂ, ନିତ୍ୟାନନ୍ଦ ସ୍ୱାଇଁ, ଅରୁଣ ପ୍ରସାଦ ଦାସ, ଦିନେଶରାଜ ସିଂ, ଚୈାଧୁରୀ ସୁବାଷ ଚନ୍ଦ୍ର ମିଶ୍ର, ବିରେନ୍ଦ୍ର ଦାସ, ରାଧାଶ୍ୟାମ ଚାନ୍ଦ, ଅଫସର ଅଲ୍ଲୀ ବକ୍ସ, ପ୍ରଭାତ ପ୍ରଧାନ, ଆଶିଷ ସାମଲ, ରେଣୁବାଳା ସାମଲ, ଦୀପକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


