ଅଙ୍ଗନୱାଡିକର୍ମୀଙ୍କୁ ବନ୍ଧୁକ ଦେଖାଇ ଧମକ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଜନୈକ ଅଙ୍ଗନୱାଡି କର୍ମୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିବା ସମ୍ପର୍କରେ ଥାନାରେ ଅଭିଯୋଗ ପରେବି ପୋଲିସର ନିଷ୍କ୍ରୀୟତା ବିରୋଧରେ କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ନିକଟରେ ସୋମବାର ଅଭିଯୋଗ ହୋଇଛି । ସୂଚନା ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମର ସମୀର ପରିଡାଙ୍କ ପତ୍ନୀ ତଥା ଅଙ୍ଗୱାଡିକର୍ମୀ ଜ୍ୟୋସ୍ନାମୟୀ ଦାସ ଗତ ୧୧ତାରିଖ ସନ୍ଧ୍ୟାରେ ସେହି ଗ୍ରାମର ଶନି ମନ୍ଦିରକୁ ସ୍ୱାମୀଙ୍କ ସହ ଯାଉଥିବା ବେଳେ ରାସ୍ତାରେ ଶାରଦା ଦାସ ନାମକ ବ୍ୟକ୍ତି ତାଙ୍କୁ ଜୋରଜବରଦସ୍ତ ଅଟକାଇ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ ସ୍ୱାମୀଙ୍କୁ ମାଡମାରି ତଳେ ପକାଇ ଦେଇଥିଲେ । ଏଥିସହିତ ଏକ ବନ୍ଧୁକ ଦେଖାଇ ସେମାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ସମ୍ପର୍କରେ ଅଙ୍ଗୱାଡିକର୍ମୀ ଜ୍ୟୋସ୍ନାମୟୀ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ସେ ଏସଡିପିଓ ଶ୍ରୀ ପଣ୍ଡାଙ୍କ ନିକଟରେ ଅଭିଯୋଗ କରିଥିଲେ । ଏସଡିପିଓ ଶ୍ରୀ ପଣ୍ଡା ଏସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମାର୍ଶାଘାଇ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ