ପୂର୍ବତନ ସରପଞ୍ଚ ପ୍ରଦୀପ ବିହାରୀଙ୍କ ବିୟୋଗରେ ସ୍ମୃତିି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ସମାଜସେବୀ ପ୍ରଦୀପ କୁମାର ବିହାରୀଙ୍କ ଏକାଦଶାହ ଅବସରରେ ତାଙ୍କ କଅଁରପୁରସ୍ଥିତ ବାସଭବନରେ ଏକ ସ୍ମୃତିସଭା ଶିକ୍ଷାବିତ ପ୍ରଣବ କୁମାର ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ସାଂସଦଙ୍କ ପ୍ରତିନିଧି ଆଲୋକ ସାହୁ, ଯୁବନେତା ଦୁଷ୍ମନ୍ତ ମଲିକ, ସମାଜସେବୀ ନଳିନୀକାନ୍ତ ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ବିହାରୀଙ୍କ ଗୁଣାବଳୀ ବର୍ଣ୍ଣନା କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ଇନ୍ଦୁପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ କଲ୍ୟାଣୀ ବୋଷ, ଧୂମାତ ସରପଞ୍ଚ ନରହରି ପାଣୀ, ସମିତି ସଭ୍ୟା ରେଣୁବାଳା ସାହୁ, ସରୋଜକାନ୍ତ ପଣ୍ଡା, ନାରାୟଣ ପରିଡା, ବାସୁଦେବ ଜେନା, ମଦନମୋହନ ସ୍ୱାଇଁ, ପ୍ରମୋଦ କୁମାର ପତି, ପର୍ଶୁରାମ ସ୍ୱାଇଁ, ଡଃ. ସଂଗ୍ରାମ କେଶରୀ ରାଉତ, ଚିରରଞ୍ଜନ ରାଉତ, ଦେବେନ୍ଦ୍ର କୁମାର ବିହାରୀ, ଅନାଦି ଚରଣ ଦାସ, ନିରଞ୍ଜନ ବିହାରୀ, ପୁତ୍ର ସାମୁଏଲ ବିହାରୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିହାରୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଇନ୍ଦୁପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ପ୍ରଦୀପ୍ତ ସୂତାର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ