ଆରପିଏଫ ପକ୍ଷରୁ ସୁରକ୍ଷା ସଚେତନତା
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଆରପିଏଫ ଆଉଟପୋଷ୍ଟ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ରେଳଷ୍ଟେସନ ନିକଟ ଦକ୍ଷିଣ ପାର୍ଶ୍ୱ ରେଳ କ୍ରସିଂ ଗେଟ ନଂ 291 ଏବଂ ବାଳକୃଷ୍ଣ ପୁର ଗ୍ରାମ ନିକଟ ରେଳ ଲାଇନ କେ ଏମ ନଂ 581/25 ଠାରେ ଅଂଚଳବାସୀଙ୍କୁ ସୁରକ୍ଷା ସଂକ୍ରାନ୍ତ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଂଚଳବାସୀଙ୍କୁ ରେଳ ଲାଇନ କିଭଳି ସାବଧାନ ସହ ପାର ହେବା, କୋଣସି ଦୁର୍ଘଟଣା ଆଶଙ୍କା ଥିଲେ 139 ନମ୍ବର କୁ ଫୋନ କରିବା, ଚଳନ୍ତା ଟ୍ରେନ ଉପରକୁ ଟେକାପଥର ନ ଫୋପାଡ଼ିବା, ବିନା ଟିକଟ ରେ ଭ୍ରମଣ ନ କରିବା, ସର୍ବଦା ମାସ୍କ ବ୍ୟବହାର କରିବା ଆଦି ଉପରେ ସଚେତନତା କରାଯାଇଥିଲା l ସମସ୍ତ ଷ୍ଟାପ ରହି ଜନ ସାଧାରଣଙ୍କୁ ଶୋଭାଯାତ୍ର ମାଧ୍ୟମରେ ରେ ସଚେତନତା କରାଇଥିଲେ l


