ନୂଆବର୍ଷରେ ସମସ୍ତେ ଦେଖିବେ ‘ରଙ୍ଗମଞ୍ଚ’ର ଭିଡିଓ ନାଟକ‘ତୁମ୍ଭ ଇଚ୍ଛା ପୂର୍ଣ୍ଣ ହେଉ’

ବାଲେଶ୍ୱର, (ସରୋଜ ପଣ୍ଡା) : ଆସନ୍ତା ନବବର୍ଷ ୨୦୨୨ ଉପଲକ୍ଷେ ଦୃଶ୍ୟ ଭିତ୍ତିକ ସାହିତ୍ୟ ପତ୍ରିକା ‘ରଙ୍ଗମଞ୍ଚ’ ପକ୍ଷରୁ ଭିଡିଓ ନାଟକ ‘ତୁମ୍ଭ ଇଚ୍ଛା ପୂର୍ଣ୍ଣ ହେଉ’ର ପ୍ରସ୍ତୁତି ଶେଷ ହୋଇଛି । ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ରଚିତ ତଥା ନିର୍ଦ୍ଦେଶିତ ଏହି ନାଟକର ପ୍ରସ୍ତୁତ କାର୍ଯ୍ୟକୁ ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ ଶୁଭାରମ୍ଭ କରିବା ସହ ଏହା ସାମାଜିକ ଜନ ଜୀବନ ଉପରେ ବେଶ ପ୍ରଭାବ ପକାଇବ ବୋଲି ଆଶା ପ୍ରକାଶ କରିଛନ୍ତି । ନବବର୍ଷ ଅବସରରେ ଛଦ୍ମବେଶୀ ତଥା ସ୍ୱାଥନ୍ୱେଷୀ ଭକ୍ତମାନେ ଜଗତର ନାଥ ଭକ୍ତବତ୍ସଳ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅର୍ଦ୍ଧରାତ୍ରିରୁ ନିଦରୁ ଉଠାଇ ଜବରଦସ୍ତ କିପରି ଆଶୀର୍ବାଦ ଲୁଣ୍ଠନ କରୁଛନ୍ତି, ତା’ର ଏକ ଆଭାସକୁ ଆଧାର କରି ନାଟକ ‘ତୁମ୍ଭ ଇଚ୍ଛା ପୂର୍ଣ୍ଣ ହେଉ’ ରଚିତ ହୋଇଛି । ଏକ ନବ ଚେତନା ଜାଗ୍ରତ ନିମନ୍ତେ ଏହି ନାଟ ଉଦ୍ଦିଷ୍ଟ ବୋଲି ନାଟ୍ୟକାର ତଥା ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ‘ରଙ୍ଗମଞ୍ଚ’ର ବୈଷୟିକ ସମ୍ପାଦକ ରତିକାନ୍ତ ମଲିକ ଏହି ନାଟକର ଚିତ୍ର ଉତ୍ତୋଳନ କରିଥିବା ବେଳେ ସନ୍ତୋଷ କମିଳା କଳା ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ବାଲେଶ୍ୱର ବହୁ ଦକ୍ଷ ମଞ୍ଚ ଅଭିନେତା ଏଥିରେ ଅଭିନୟ କରିଛନ୍ତି । ଆସନ୍ତା ପହିଲାରେ ୟୁ-ଟ୍ୟୁବ ଚ୍ୟାନେଲରେ ଏହା ମୁକ୍ତଲାଭ କରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ