କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ୱାରା ବୁରୁସିଙ୍ଗ ଗ୍ରାମରେ ଚାଲିଥିବା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏନେଇ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆର୍‌ସେଟି ପରିସରରେ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଗତ ୧୪.୧୨.୨୦୨୧ ତାରିଖରେ ଆରମ୍ଭ ହୋଇଥିଲା । ଏଥିରେ ଗୁମ୍ମା ବ୍ଲକ ଅଡୟଗଡ ଗ୍ରାମ ପଞ୍ଚାୟତର ବୁରସିଙ୍ଗ ଗ୍ରାମ ସମେତ ଏହାର ଆଖପାଖ ଅଞ୍ଚଳରୁ ମୋଟ ୩୧ ଜଣ ମହିଳା ଓ ପୁରୁ, ତାଲିମ ନେଇଥିଲେ । ସମସ୍ତ ପ୍ରତିଭାଗୀ ମାନଙ୍କ ପାଇଁ ଅନୁଷ୍ଠାନ ତରଫରୁ ମାଗଣା ଗାଇ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଯୋଗାଇ ଦିଆଯାଇଥିଲା । ଉଦ୍‌ଯାପନୀ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲା ପଶୁଧନ ଅଧିକାରୀ ରମାକାନ୍ତ ରଣା ଯୋଗ ଦେଇଥିବା ବେଳେ ଜିଲ୍ଲା ଜୀବୀକା ମିଶନର ପ୍ରକଳ୍ପ ପରିଚାଳିକା ପ୍ରିୟମ୍ବଦା ବିଷୋୟୀ, ଏଲ୍‌ଡିଏମ୍ କିଶୋରଚନ୍ଦ୍ର ନାଇକ, ପଶୁଧନ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ସୂର୍ଯ୍ୟକାନ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ନିଜେ ନିଜେ କିପରି ଆତ୍ମନିଯୁକ୍ତ ହୋଇ ଅନ୍ୟଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରିବେ ସେନେଇ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ । ସଭା କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ