କେନ୍ଦ୍ରାପଡା ଜିଲ୍ଲାରେ ୬ଟି ବ୍ଲକ ସ୍ତରୀୟ ବସଷ୍ଟାଣ୍ଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମଗ୍ର ରାଜ୍ୟର ୫୨ଟି ବ୍ଲକ ସ୍ତରୀୟ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭାରମ୍ଭ କରିଛନ୍ତି । ସେଥିରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର, ରାଜକନିକା, ଆଳି, ମହାକାଳପଡା, ଗରଦପୁର ଓ ମାର୍ଶାଘାଇ ବ୍ଲକ ପ୍ରଭୃତି ୬ଟି ବ୍ଲକର ସଦର ମହକୁମାରେ ନୂତନ ବ୍ଲକ ସ୍ତରୀୟ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭ ଉଦଘାଟନ କରିଛନ୍ତି । ବ୍ଲକ ସଦର ମହକୁମାରେ ବସଷ୍ଟାଣ୍ଡ ନଥିବାରୁ ବସଯାତ୍ରୀମାନେ ବିଶ୍ରାମ, ଶୈାଚାଳୟ ଓ ପାନୀୟ ଜଳ ଭଳି ମୈାଳିକ ସୁବିଧାରୁ ବଞ୍ଚିତ ହେଉଥିଲେ । ଏହି ଉପଲକ୍ଷେ କେନ୍ଦ୍ରାପଡା ଓସୱାନ କକ୍ଷରେ ଆୟୋଜିତ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର, ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରିୟବତ ମହାନ୍ତି ଓ ସେହି କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ନିର୍ମଳ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ