୧୭ ନମ୍ବର ଜୋନର ମିଶ୍ରଣ ପର୍ବ ଓ କର୍ମି ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଜାମଦା ଡ୍ଲକର ୧୭ ନମ୍ବର ଜୋନର କର୍ମି ସମ୍ମିଳନୀ ଓ ମିଶ୍ରଣ ପର୍ବ ରୁମାପାହାଡି ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନିର୍ବାଚନ ମଣ୍ଡଳୀ ସଂଯୋଯିକା ପ୍ରିତିନନ୍ଦା କାନୁନଗୋ,ଯୁବ ବିଜେଡି ପର୍ଯ୍ୟବେକ୍ଷକ ଶୁଭେନ୍ଦୁ ମଙ୍ଗରାଜ, ଜୋନ ପର୍ଯ୍ୟବେକ୍ଷକ ବିଶ୍ୱନାଥ ବେଶ୍ରା, ବରିଷ୍ଠ ବିଜେଡି ନେତା ସୁବାଷ ମଣ୍ଡଳ, ପୂର୍ଣଚନ୍ଦ୍ର ମାର୍ଣ୍ଡୀ, ସେକ୍ ସାଜିଦ୍, ପାର୍ବତୀ ବିରୁଆ, ମୁସ୍ତାଫା ଅଲ୍ଲୀ, ସତ୍ୟବତୀ ମହାକୁଡ, ସିଦ୍ଧିଲାଲ ହେମ୍ବ୍ରମଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏଥିରେ ୪ଟି ପଞ୍ଚାୟତ ହେଁସଡା, ଜାମଦା, ତେଣ୍ଡରା ଓ ତାରାଣ ପଞ୍ଚାୟତର କର୍ମି ମାନେ ସାମିଲ ହୋଇଥିଲେ ।ଡୁମୁକା ହେମ୍ବ୍ରମ ସଭାପତିତ୍ କରିଥିବାବେଳେ ଦୁର୍ଗା ହେମ୍ବ୍ରମ ମଂଚ ପରିଚାଳନା କରିଥିଲେ । ଏକ ହଜାରରୁ ଉର୍ଦ୍ଧ୍ଵ କର୍ମି ଯୋଗ ଦେଇ ନବୀନ ପଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଶପଥ ନେଇଥିଲେ । କଂଗ୍ରେସ, ବିଜେପି ଏବଂ ଝାଡଖଣ୍ଡ ମୁକ୍ତି ମୋର୍ଚାର ୭୦ ରୁ ଅଧିକ କର୍ମି ଓ ନେତା ମୁଖ୍ୟମନ୍ତ୍ରୀଙ୍କ ସ୍ଵଛ ଶାସନ ପ୍ରତି ଆସ୍ଥାଭାଜନ ହୋଇ ବିଜେଡିରେ ଯୋଗ ଦେବା ସହ ଦଳ ଯାହା ଦାୟିତ୍ୱ ଦେବ ତାହା ନିଷ୍ଠାର ସହ ପାଳନ କରିବେ ବୋଲି କହିଥିଲେ । ଦଳର ନେତୃଵୃନ୍ଦ ସେମାନଙ୍କୁ ପୁଷ୍ପହାର ଏବଂଉତ୍ତରୀୟ ଦେଇ ସମ୍ବର୍ଧିତ କରିଥିଲେ । ସଂଯୋଜିକା ପ୍ରୀତିନନ୍ଦା କାନୁନଗୋ, ଯୁବ ପର୍ଯ୍ୟବେକ୍ଷକ ଶୁଭେନ୍ଦୁ ମଙ୍ଗରାଜ, ସୁବାଷ ମଣ୍ଡଳ, ପୂର୍ଣ ମାରାଣ୍ଡୀ ସେମାନଙ୍କ ଭାଷଣ ମାଧ୍ୟମରେ ମା, ଯୁବ, ଛାତ୍ର, କୃଷକ, ଶ୍ରମିକ, ଦିଵ୍ୟାଙ୍ଗ ମାନଙ୍କୁ ଗୁରୁତ୍ୱ ଦେବା ସହ ନବୀନ ସରକାରଙ୍କ ୧୦୦ରୁ ଉର୍ଦ୍ଧ୍ବ ଜନକଲ୍ୟାଣ ଯୋଜନା ଉପରେ ଆଲୋକପାତ କରିବା ସହ ସରକାରଙ୍କ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ତଦସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡିର ପ୍ରାର୍ଥିମାନଙ୍କୁ ବିପୁଳ ଭୋଟ ଦେବାକୁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ