ଦୁଇଦିନିଆ ଚନ୍ଦ୍ରଭାଗା ମହୋତ୍ସବ ୨୯ରୁ

ବାଲେଶ୍ୱର, (ସରୋଜ ପଣ୍ଡା) :ସରକାରଙ୍କ ସଦ୍ୟ କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ଚଳିତବର୍ଷ ଚନ୍ଦ୍ରଭାଗା ମହୋତ୍ସବ ୫ ଦିନ ପରିବର୍ତ୍ତେ ୨ଦିନରେ ସୀମିତ ରଖିବା ପାଇଁ ଉତ୍ସବ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କଳିଙ୍ଗ ହୋଟେଲ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ଆସନ୍ତା ମହୋତ୍ସବର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ଚଳିତ ବର୍ଷ ଚନ୍ଦ୍ରଭାଗା ମହୋତ୍ସବ ୩୧ବର୍ଷରେ ପପହଂଚି,ଥିିବା ବେଳେ ପ୍ରତିବର୍ଷ ୫ ଦିନଧରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ମାତ୍ର ସମ୍ଭାବ୍ୟ ତୃତୀୟ ଲହର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତଥା ସରକାରଙ୍କ କଟକଣାକୁ ଗୁରୁତ୍ୱ ଦେଇ ଆସନ୍ତା ୨୯ ଓ ୩୦ ତାରିଖ ଦୁଇଦିନ ଉତ୍ସବ ଅନୁଷ୍ଠିତ ହେବ ବୋଲି ଚନ୍ଦ୍ରଭାଗା ଅନୁଷ୍ଠାନର ମୁଖ୍ୟ କବି ଶ୍ରୀଦେବ ସୂଚନା ଦେଇଛନ୍ତି । ମହୋତ୍ସବ କମିଟିର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ଅଧ୍ୟାପକ ଡ.ଦିଲୀପ ରଥ, ସାମ୍ବାଦିକ ରତିକାନ୍ତ ପାତ୍ର, ମାନସ ବିଶ୍ୱାଳ, ପ୍ରଦୀପ କୁମାର ବେହେରା, ଆଶୁତୋଷ ମଲିକ, ଜୀବନଜ୍ୟୋତି ନାୟକ, ତ୍ରିଲୋଚନ ଉପାଧ୍ୟାୟ, ଆବାହକ ଅଧ୍ୟାପକ ଡ.ଶଶିକାନ୍ତ ମହାନ୍ତି, ଅରୁଣାଂଶୁ ପାଣିଗ୍ରାହୀ, ଜ୍ୟୋତିର୍ମୟୀ ଶତପଥୀ, ରୀନା ବେହେରା, ଯଶୋଦାନନ୍ଦନ ଆଶ, ଅଞ୍ଜନ ଚାନ୍ଦ, ସୀତାଂଶୁ ଲେଙ୍କା, ସୁନୀଲ କୁମାର ପଣ୍ଡା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଶ୍ୱଜିତ ଡାକୁଆ, ଅବନୀ ଜେନା, ସତ୍ୟବ୍ରତ ସେଠୀ, ସତ୍ୟ ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ