ରାଜ୍ୟ ସ୍ତରୀୟ ଖୋ ଖୋ ଖେଳିବେ ତ୍ରିସା

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ )ଚିକିଟି ବ୍ଲକ କୃଷ୍ଣପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ରୀ ତ୍ରିଶା ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ପାଇଁ ଜିଲ୍ଲା ସ୍ତର ରୁ ପ୍ରତିନିଧିତ୍ୱ କରିବେ.ଷଷ୍ଠ ଶ୍ରେଣୀ ରୁ ଏହି ଖେଳ ପ୍ରତି ଦୁର୍ବଳତା ରଖିଥିବା ତ୍ରିଶା ଙ୍କ ଭରପୁର ଦକ୍ଷତା ରହିଛି.ପ୍ରତ୍ୟକ ବର୍ଷ ଜିଲ୍ଲା ସ୍ତର ରେ ଖେଳିବାକୁ ମନୋନୀତ ହେଊଥିବା ବେଳେ ଚଳିତ ବର୍ଷ ସଂଘର୍ଷ କରି ରାଜ୍ୟ ସ୍ତର ରେ ଖେଳିବା ପାଇଁ ଚୟନ ହୋଇଛନ୍ତି.ବାପା ରାମକୃଷ୍ଣ ପ୍ରଧାନ ଝିଅ ର ଏହି ରୁଚି କୁ ସମ୍ମାନ ଦେବା ସହ ପରିବାର ର ଆଶ୍ରିବାଦ ମୋ ଖେଳ ରେ ସଫଳତା ଆଣିଛି ବୋଲି ତ୍ରିସା କହିଛନ୍ତି।  ଜିଲ୍ଲା ସ୍ତରୀୟ ଖେଳ ବେଗୁନିଆପଡା ରେ ଆୟୋଜିତ ହୋଇଥିବା ବେଳେ ସେଠାରେ ରାଜ୍ୟ ସ୍ତର ଖେଳିବା ପାଇଁ ମନୋନୀତ ହୋଇଥିଲେ.ଆଗାମୀ ଦିନ ରେ ସୁନ୍ଦରଗଡ଼ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଖେଳ ରେ ଭାଗ ନେବାକୁ ଥିବା ବେଳେ କୋଦଳା ରେ ତିନି ଦିନିଆ ଅଭ୍ୟାସ ଜାରି ରଖିଛନ୍ତି ପ୍ରଧାନ ଶିକ୍ଷକ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ