ବାଲେଶ୍ୱରରେ ବିଜେଡିର ୨୫ତମ ପ୍ରତିଷ୍ଠା ସମାରୋହ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ତଥା ରୌପ୍ୟଜୟନ୍ତୀ ସମାରୋହ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ବିଜେଡି ଜିଲାସ୍ତରୀୟ ନେତୃବୃନ୍ଦ ସହରର ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ ପୂର୍ବକ ପ୍ରତିଷ୍ଠା ଦିବସକୁ ଶୁଭାରମ୍ଭ କରିଥିଲେ । ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା ଏଥିରେ ଯୋଗଦେଇ ସନେମାଛକ ଶହୀଦପାର୍କସ୍ଥିତ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ଫାଣ୍ଡିଛକସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଫକୀର ମୋହନ ଗୋଲେଇସ୍ଥିତ ବ୍ୟାସକବି, ଗୋପବନ୍ଧୁ ପାର୍କସ୍ଥିତ ଉତ୍କଳମଣି, ଷ୍ଟେସନଛକସ୍ଥିତ ମିଜାଇଲ ମ୍ୟାନ୍ ଅବଦୁଲ କାଲାମ ଓ ଡିଆଇସି ଛକ ନିକଟସ୍ଥ ବିଜୁ ପଟ୍ଟନାୟକ ପ୍ରମୁଖଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଦୀର୍ଘ ୨୨ ବର୍ଷ ଧରି ଓଡିଶାକୁ ସୁଶାସନ ଦେଇ ଆସିଛି । ସ୍ୱାଧୀନତାଠାରୁ ଅଦ୍ୟାବଧି ଓଡ଼ିଶା ପାଇଁ ଏହି ୨୨ ବର୍ଷ ସୁବର୍ଣ୍ଣ ଯୁଗରେ ପରିଣତ ହୋଇଛି ବୋଲି ଶ୍ରୀ ଜେନା କହିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସଙ୍କ ନେତୃତ୍ୱରେ ଏହି ପ୍ରତିଷ୍ଠା ଦିବସ ସମାରୋହ ପାଳନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିକାଶମୂଳକ କାର୍ଯ୍ୟଧାରା ଯୋଗୁଁ ବିଶ୍ୱସ୍ତରରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି ବୋଲି କହିଥିଲେ । ସଧାରଣ ଲୋକଙ୍କ ସମସ୍ୟା ସହ ଜଡ଼ିତ ରହି ଏହାର ଆଶୁ ସମାଧାନ ପାଇଁ କର୍ମୀମାନଙ୍କ ସେ ଆହ୍ୱାନ ଦେଇଥିଲେ । ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ବିଜେଡି ଟାଉନ ସଭାପତି ସନତ ଦାସ, ଜିଲା ସାଧାରଣ ବରଦା ପସନ୍ନ ପଟ୍ଟନାୟକ, ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଗୌରୀ ରାଉତ, ବିଜୁ ଯୁବ ଜନା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସିମନ ଦସମହାପାତ୍ର, ମହିଳା ଟାଉନ ସଭାନେତ୍ରୀ ମୀନା ମହାନ୍ତି, ରଂଜିତା ମହାପାତ୍ର, ସଂଜୀବ ଦାସ, ଶ୍ରଦ୍ଧାଞ୍ଜଳି ରାୟ, ଜିତେନ୍ଦ୍ର ଉପାଧ୍ୟାୟ, ଅରୁଣ କୁମାର ସ୍ୱାଇଁ, ମୀନା ବିଶ୍ୱାଳ, ଭୂବନାନନ୍ଦ ଦାସ, ତାପସ ପାଣିଗ୍ରାହୀ, ସତ୍ୟରଂଜନ ଦାସ, ସନ୍ତୋଷ ଦାସ, ଜୟନ୍ତୀ ଦତ୍ତ, ରୋଜି ପଟ୍ଟନାୟକ, ଇତିକ୍ରିଷ୍ଣା ସ୍ୱାଇଁ, ଆଶ୍ରିତା ତରେଇ ପ୍ରମୁଖଙ୍କ ସମେତ ସଦର ବ୍ଲକର ବିଭିନ୍ନ ପଞ୍ଚାୟତର ସମସ୍ତ ସରପଂଚ, ସମିତିସଭ୍ୟ, ବାଲେଶ୍ୱର ପୌରପାଳିକାର ପୂର୍ବତନ କାଉନସିଲମାନେ ଯୋଗ ଦେଇଥିଲେ । ଅପରାହ୍ନରେ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଆଭାସି ଅଭିଭାଷଣ ଶୁଣିବାକୁ ବିଜୁ ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ, ବିଜୁ ଜନତା ଦଳ ଏସି ସେଲ, ଏବଂ ଦଳ ସହିତ ଅନୁବନ୍ଧିର ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।