ବିଧାୟକ ଙ୍କ ଦ୍ୱାରା ଶୁଭାରମ୍ଭ ହେଲା ଫୁଡକୋର୍ଟ
ଛତ୍ରପୁର, (ଦେବଦତ୍ତ ମହାରଣା) :ମିଶନ ଶକ୍ତିର ମା ମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରି ମା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାମିଲ କରୁଛନ୍ତି । ଯାହା ଫଳରେ ମିଶନ ଶକ୍ତିର ମା ମାନେ ନିଜେ ସ୍ୱାବଲମ୍ବୀ ହେବା ସହ ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସଫଳ ରୂପାୟନ ଭାବେ କାର୍ଯ୍ୟକାରୀ କରାଯାଉଛି । ମିଶନ ଶକ୍ତିର ମା ମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଜିଲ୍ଲା ଓ ରାଜ୍ୟରେ ପ୍ରଶଂସା ପାଉଛନ୍ତି । ଖୋଦ୍ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସି ପକ୍ଷରୁ ମିଶନ ଶକ୍ତିର ମା ମାନଙ୍କୁ ମୋ ଖତ, ମୁକ୍ତା ଯୋଜନା ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କୁ ସ୍ୱାବଲମ୍ବୀ କରାଯାଉଥିବା ବେଳେ ଆସି ଆଉ ଦୁଇ ପାଦ ଆଗକୁ ଆସି ମିଶନ ଶକ୍ତିର ମା ମାନେ କିଭଳି ଅଧିକ ଦି ପଇସା ରୋଜଗାର କରିପାରିବେ ସେଥିନିମନ୍ତେ ଫୁଡ କୋର୍ଟର ଶୁଭାରମ୍ଭ ହୋଇଛି । ଯାତ୍ରୀ ମାନଙ୍କର ସୁବିଧା ନିମନ୍ତେ ସ୍ଥାନୀୟ ନୂତନ ବଷଷ୍ଟାଣ୍ଡ ନିକଟରେ ଶୁଭାରମ୍ଭ ହୋଇଥିବା ଏହି ଫୁଡ କୋର୍ଟରେ ଉତ୍ତମ ଓ ସ୍ୱାଦ୍ଦିଷ୍ଟ ଖାଦ୍ୟ ମିଶନ ଶକ୍ତିର ମା ମାନେ ତିଆରି କରି ବିକ୍ରି କରି ରୋଜଗାରକ୍ଷମ ହୋଇପାରିବେ । ପ୍ରଥମ ପର୍ଯ୍ୟାୟରେ ଛତ୍ରପୁର ଏନଏସି ପକ୍ଷରୁ ୪ଟି ଫୁଡ କୋର୍ଟର ଷ୍ଟଲ ଖୋଲାଯାଇଛି । ଏହାକୁ ସୋମବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଏନଏସି ପ୍ରଶାସନିକ ଅଧିକାରୀ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବଙ୍କ ଉପସ୍ଥିତିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ରିବନ କାଟି ଉଦଘାଟନ କରିଥିଲେ । ପରେ ସମସ୍ତେ ଷ୍ଟଲ ଗୁଡିକ ବୁଲି ମିଶନ ଶକ୍ତି ମା ମାନଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଦେଖି ଖୁସି ଜାହିର କରିଥିଲେ । ଏଥିରେ ଅନ୍ୟ ମାନଙ୍କ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ ଓ ଏନଏସିର ବହୁ କର୍ମଚାରୀ , ମିଶନ ଶକ୍ତିର ସଦସ୍ୟା ଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମିଶନ ଶକ୍ତିର ମା ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ କେକକୁ କାଟି ମଧ୍ୟ ଅତିଥି ମାନେ କାଟିଥିଲେ ।


