ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲା ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ୍
କଟକ, (ଯୁଗାବ୍ଦ ନ୍ୟୁଜ) :ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲା କଟକର ଅଗ୍ରଣୀ ସାମାଜିକ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ । ଭାଗ୍ୟର କି ବିଡମ୍ବନା ଜନ୍ମ କଲା ପୁଅ ଓ ଅଜସ୍ର ଧନ ସମ୍ପତ୍ତି ଥାଇ ମଧ୍ୟ ବେସାହାରା ବୃଦ୍ଧାଙ୍କ ଦେହ ସମ୍ପୂର୍ଣ୍ଣ ଅସୁସ୍ଥ ଥିବା ଅବସ୍ଥାରେ ବୃ୍ଦ୍ଧା ମା’କୁ ଏକା କରି ଛାଡି ଦେଲା ଜନ୍ମ କଲା ପୁଅ । କିଛି ଭଦ୍ର ଲୋକ ପ୍ରଥମେ ବଡ଼ ମେଡ଼ିକାଲ ଓ ତା ପରେ ରାଣୀ ହାଟ ଜୀବନ ଜ୍ୟୋତି ନର୍ସିଂହୋମରେ ଚିକିତ୍ସା କରାଇଥିଲେ । ଦୀର୍ଘ ଚାରି ମାସ ହେବ ମାକୁ ନିଜର ଭାବି ଏହି ଜୀବନ ଜ୍ୟୋତି ନର୍ସିଂହୋମ ମାଲିକ ଓ ସମସ୍ତ ଷ୍ଟାଫ ତାଙ୍କର ସମ୍ପୂର୍ଣ୍ଣ ସେବା କରିଥିଲେ । କିନ୍ତୁ ବହୁତ ଦିନର ଅପେକ୍ଷା ପରେ ମଧ୍ୟ ପୁଅ ନ ଆସିବା ପରେ ସେଠାକାର ସ୍ଥାନୀୟ ଲୋକଙ୍କ ଖବର ପାଇ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ଉକ୍ତ ସ୍ଥାନରେ ପହଞ୍ଚି ବୁଢ଼ୀ ମା କୁ ଛତିଆ ଜରାଶ୍ରମରେ ସ୍ଥାନାନ୍ତର କରାଇଥିଲେ । ଏହି ସେବା କାର୍ଯ୍ୟରେ କିଶୋର ସାହୁ,ଅବିନାଶ ରାଉତରାୟ ଅନନ୍ତ କୁମାର ସାହୁ,ତପନ କୁମାର ସାହୁ ସମସ୍ତ ସହଯୋଗ କରିଥିଲେ ।


