କାର ଦୂର୍ଘଟଣାକୁ ନେଇ ତୈଳ ବିଶୋଧନାଗାର ଆଗରେ ଧାରଣା

ପାରାଦୀପ, (ପୀତବାସ ପ୍ରଧାନ) :ପାରାଦୀପ ତୈଳ ବିଶୋଧନାଗାର ରାସ୍ତାରେ ଏକ କାର ଦୃତଗତି ରେ ଯାଇ ଗୋଟିଏ ଟାଟା ଏସି ଓ ଜଣେ ବାଇକ୍ ଚାଳକଙ୍କୁ ଧକ୍କା ଦେଇ ପଳେଇ ଯିବାକୁ ନେଇ ଉତ୍ୟକ୍ତ ଲୋକମାନେ ବିଶୋଧନାଗାର ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ଲୋକମାନେ ଧାରଣା ଦେବା ସହ ଦୂର୍ଘଟଣା ଘଟାଇ ଥିବା କାର୍ ଚାଳକକୁ ଧରିବା ସହ କ୍ଷତିପୂରଣ ଦାବୀ କରିଥିଲେ । ଘଟଣାରୁ ପ୍ରକାଶ ଯେ, ବୁଧବାର ସକାଳେ ପାରାଦୀପ ତୈଳ ବିଶୋଧନାଗାରର ଜନୈକ ଅଧିକାରୀ କେ. କାନନ୍ ନିଜର ଟିଏନ୍‌-୧୮-ଏପି-୦୩୨୬ ହୋଣ୍ଡା ସିଟି କାର୍ ଦୃତଗତିରେ ଚଳାଇ ବିଶୋଧନାଗାରକୁ ଯାଉଥିଲେ । ଦୃତଗତିରେ ଯାଉଥିବା ବେଳେ ରାସ୍ତାରେ ଏକ ଟାଟା ଏସି ଗାଡିକୁ ଧକ୍କା ଦେବାରୁ ଗାଡିଟି ଘଟଣାସ୍ଥଳରେ ଲେଉଟି ପଡିଥିଲା । ଏହା ପରେ ଉକ୍ତ ହୋଣ୍ଡା ସିଟି କାର୍ ଅନ୍ୟ ଏକ ବାଇକ୍ କୁ ଧକ୍କା ଦେବାରୁ ବାଇକ୍ ଚାଳକ ରାସ୍ତା ଉପରେ ଛିଟିକି ପଡିଥିଲେ । ଦୁଇ ଦୁଇଟି ଦୂର୍ଘଟଣା ଘଟାଇ କାର୍ ଚାଳକ ଦୃତଗତିରେ ବିଶୋଧନାଗାର ଭିତରକୁ ପଳେଇ ଯାଇଥିଲେ । ଏହା ପରେ ଅନ୍ୟମାନେ ଘଟଣାସ୍ଥଳରେ ପହଂଚିବା ପରେ ବିଶୋଧନାଗାର ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ । ଫଳରେ ବିଶୋଧନାଗାର ଭିତରକୁ ଯିବା ଆସିବା ପ୍ରାୟ ଦୁଇ ଘଣ୍ଟା ଧରି ବନ୍ଦ ରହିଥିଲା । ଅଭୟଚାନ୍ଦପୁର ପୋଲିସ୍ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ବିଶୋଧନାଗାର ପକ୍ଷରୁ ଆହତଙ୍କ ଚିକିତ୍ସା କରିବା ସହ ଭାଙ୍ଗି ଯାଇଥିବା ଗାଡିର ମରାମତି କରାଯିବା ସହ ଏସମ୍ପର୍କରେ ଥାନା ରେ ଏକ ମୋକଦ୍ଦମା ହେବ ବୋଲି ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ