କାରମେଲ ରୋଡ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଓ ଆଖପାଖ ଅଂଚଳର କ୍ରୀଡାବିତ୍ ଓ କ୍ରୀଡାପ୍ରେମୀ ମାନଙ୍କୁ ଉତ୍ସାହିତ କରିବା ସକାଶେ ବର୍ଷର ଶେଷ ଦିନ (ଡିସେମ୍ବର-୩୧) ଅବସରରେ କାରମେଲ ରୋଡ ଭଲିବଲ ଟୂଣ୍ଣାମେଣ୍ଟ କମିଟି ପକ୍ଷରୁ ଏକ ଦିନିକିଆ ଦିବାରାତ୍ର ଭଲିବଲ ଟୂର୍ଣ୍ଣାମେଣ୍ଟ ସ୍ଥାନୀୟ କାରମେଲ ସ୍କୁଲ ରୋଡ ସାହି ସ୍ଥିତ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୂର୍ଣ୍ଣାମେକୁ କଣମଣା ସରପଞ୍ଚ ଏସ.ଚକ୍ରପାଣି ରେଡ୍ଡୀ ଅତିଥୀ ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିବା ସହିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥୀ ଭାବେ ସମାଜସେବୀ ବି.ଶଙ୍କର ରେଡ୍ଡୀ ଯୋଗଦେଇ ଟୂର୍ଣ୍ଣାମେଣ୍ଟର ଆଭିମୂଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଟୁଣ୍ଣାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଉଦଘାଟନୀ ମ୍ୟାଚ୍ ପୁତି ଗୋପାଳପୁର ଦଳ ସହ କରପଡା ଦଳ ମଧ୍ୟରେ କଡା ମୁକାବିଲା ହୋଇଥିଲା । କରପଡା ଦଳକୁ ହରାଇ ପୁତି ଗୋପାଳପୁର ଦଳ ବିଜୟୀ ହାସଲ କରିଥିଲା । ସେହିପରି ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ତଥା ଫାଇନାଲ ମ୍ୟାଚ୍ ରେ ପୁତି ଗୋପାଳପୁର ଦଳ ସହ ସନରାଇଜସ ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ପୁତି ଗୋପାଳପୁର ଦଳ କୁ ହରାଇ ସନରାଇଜସ ଦଳ ଚମ୍ପିୟାନ ହୋଇଥିଲେ । ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କ୍ରୀଡା ଏକ ମାଧ୍ୟମ ଶରୀର ସୁସ୍ଥ ରଖିଥାଏ l ଭଲିବଲ ଖେଳ ଏକ ନିଆରା ଖେଳ ବୋଲି କହିଥିଲେ l ପରେ ବିଧାୟକ ଶ୍ରୀ ବେହେରା ଚାମ୍ପିୟାନ(ବିଜୟୀ )ଦଳକୁ ଟ୍ରଫି ସହ ୩୩୩୩ଟଙ୍କା ପୁରଷ୍କାର ରାଶି ପ୍ରଦାନ କରିଥିଲେ । ଏହାସହ ଫାଇନାଲରେ ପରାଜିତ ହୋଇଥିବା ଦଳକୁ ମଧ୍ୟ ଟ୍ରଫି ସହ୨୨୨୨ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯାଇଛି । ଏହି ଅବସରରେ ଶ୍ରେଷ୍ଠ ଖେଳାଳୀ, ଶ୍ରେଷ୍ଠ ନେଟର, ଶ୍ରେଷ୍ଠ ହିଟର ଏବଂ ଶ୍ରେଷ୍ଠ ଦଳକୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଦିନିକିଆ ଟୁର୍ଣ୍ଣାମେଣ୍ଟରେ ରେଫରୀ ଭାବେ ନରେଶ କୁମାର ଦୋରା ଓ ଗୋବିନ୍ଦ ନାୟକ ପରିଚଚାଳନା କରିଥିବା ବେଳେ ସ୍କୋରର ଭାବେ ଉତ୍ତମ ନାୟକ ଏବଂ ଭାଷ୍ୟକାର ଅମିତ୍ କୁମାର ସାହୁ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କାରମେଲ ରୋଡ ଭଲିବଲ ଟୁର୍ଣ୍ଣାମେଣ୍ଟ କମିଟିର ଉପଦେଷ୍ଟା ଲକ୍ଷ୍ମୀ ନାରାୟଣ ପାତ୍ର, ସଭାପତି ସନ୍ତେ ପ୍ରଧାନ, ସମ୍ପାଦକ ପ୍ରକାଶ ସେଠୀ, ମ୍ୟାନେଜର ବିପ୍ର ଚରଣ ସାହୁ, କୋଷାଧ୍ୟକ୍ଷ ରଘୁନାଥ ସାହୁ, ସଭ୍ୟ ଆଦିନାରାୟଣ ରେଡ୍ଡି, ପପିନ ପ୍ରଧାନ, ମୁରଲି ଦାସ ଓ ସରୋଜ ବେହେରା,ତ୍ରିଲୋଚନ ବେହେରା, ସନ୍ତୋଷ ବେହେରା,ରଂଜିତ ବେହେରା, ମୂଷା ବେହେରା,ବିନୋଦ ବେହେରା, ମିଟୁ ବେହେରାଙ୍କ ସମେତ ସମସ୍ତ ସଭ୍ୟ ମାନେ ଏବଂ ସନ ରାଇଜସ ଦଳ ର ସଭ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏଭଳି ଦିବାରାତି ଟୁଣ୍ଣାମେଣ୍ଟ ଛତ୍ରପୁର ଅଂଚଳରେ ଆୟୋଜନ କରାଯାଇଥିବାରୁ ଦର୍ଶକ ମାନେ ମନ ଖୋଲି ଉପଭୋଗ କରିବା ସହ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ ।


