ବୈତରଣୀରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ନିକଟ ମଢିଆଳୀ ଗ୍ରାମରେ ଆଜି ଏକ ଦୁଃଖଦ ପୂର୍ଣ୍ଣ ଘଟଣା ଘଟିଯାଇଛି । ଗ୍ରାମର ଫକୀର ଚରଣ ଦାସ (୭୫) ଆଜି ଦିନ ପ୍ରାୟ ୧୨ଟା ବେଳେ ବୈତରଣୀ ନଦୀର ବାତ୍ୟା ଆଶ୍ରୟସ୍ଥଳୀ ତୁଠକୁ ସ୍ନାନ ପାଇଁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ନଦୀରେ ଭାସିଯାଇଥିବା ଲୋକେ ଜାଣିବାକୁ ପାଇଥିଲେ । ଘଟଣା ଜଣାପଡ଼ିବା ପରେ ଦମକଳ ବାହୀନିକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଅନେକ ସମୟ ନଦୀରେ ଖୋଜାଖୋଜି କରିବା ପରେ ବୃଦ୍ଧଙ୍କ ମୃତ ଦେହ ମିଳିଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ମୃତକ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଘରେ ପତ୍ନୀ ଓ ଗୋଟିଏ ଝିଅ ଅଛନ୍ତି । ଦୈଵଦୁର୍ଘଟଣା ଜନିତ ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ