୧୯୮୩ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) :ବିଦ୍ୟାଳୟ ଜୀବନର ସ୍ମୃତି ସର୍ବଦା ଶିହରଣ ତୋଳେ, ପାଠ ପଢା, ଖେଳକୁଦ ସହ ବନ୍ଧୁତା ଜୀବନର ଶେଷ ଯାଏ ଅତୁଟ ରହେ।ସାମାଜିକ, ସାଂସାରିକ ଦାୟିତ୍ୱ ସହ ବନ୍ଧୁତା ଅତୁଟ ରଖିବା ପାଇଁ ଏପରି କାର୍ଯ୍ୟକ୍ରମର ଗୁରୁ ଆବଶ୍ୟକତା ରହିଛି ବୋଲି ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାପୀଠ, ମଞ୍ଜୁରୀରୋଡର ୧୯୮୩ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଲନ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ମା ଅଁଳାଶୁଣି ପୀଠରେ ରବିବାର ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରାତନ ଛାତ୍ର ଲଷ୍ମୀନାରାୟଣ ସାମଲଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁବ୍ରତ ମହାପାତ୍ର,ଶଚିକାନ୍ତ ପଣ୍ଡା, ରମେଶ ଦାସ, ପ୍ରକାଶ ମହାପାତ୍ର, ମଦନ ଭାରତୀ, ପ୍ରେମଲତା ପଣ୍ଡା, ସତ୍ୟପ୍ରକାଶ ସେଠୀ, ଦେବକୀ ଲେଙ୍କା, ସୁନନ୍ଦା ନାୟକ, ଦିଲ୍ଲୀପ ଜେନା, ମଦନ ଭୂୟାଁ, ଅମର ଜେନା, କୈଳାସ ପଣ୍ଡା, ଘନଶ୍ୟାମ ସ୍ୱାଇଁ, ଅଭିମନ୍ୟୁ ପାଢ଼ୀ, ନିର୍ମଳ ରାଉତ, ଚକ୍ରଧର ଜେନା ,ଲକ୍ସନ ଜେନା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ପରଲୋକଗତ ସହପାଠୀମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ବନ୍ଧୁମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ନିଜ କର୍ମମୟ ଜୀବନର ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ ହୋଇଥିଲା । ଦୁଃଖିଶ୍ୟାମ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ ।


