ଗଜପତିରେ ଜମିହୀନଙ୍କୁ ପଟ୍ଟା ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା କାଶୀନଗର ତହସିଲର ବିଭିନ୍ନ ଗ୍ରାମରେ ଜମିହୀନ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନର୍ଦ୍ଦେଶ କ୍ରମେ ଏହି ପଟ୍ଟା ବଣ୍ଟନ କରାଯାଇଛି । କାଶୀନଗର ତହସିଲର ବିଭିନ୍ନ ଗ୍ରାମରେ ରହୁଥିବା ୨୩ଜଣ ଜମି ହିନ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କାଶୀନଗର ତହସିଲର ଅତିରିକ୍ତ ତହସିଲଦାର ସୀମାଞ୍ଚଳ ମହାନ୍ତିଙ୍କ ସମେତ ସଂପୃକ୍ତ ଅଞ୍ଚଳର ଆରଆଇ ତହସିଲ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ