ପ୍ରଶାସନର ପ୍ରତିଶ୍ରୁତି ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ରାସ୍ତା ଅବରୋଧ ହଟିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବଡଗୋଷାଣୀ ଗ୍ରାମର ଜଙ୍ଗଲପାଡୁ ଏବଂ କଣ୍ଟ୍ରାଗଡ ପଞ୍ଚାୟତ ରାଜପୁରୁ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପାରଳାଖେମୁଣ୍ଡି ବ୍ରହ୍ମପୁର ରାଜରାସ୍ତା ଏବଂ ପାରଳାଖେମୁଣ୍ଡି-ବ୍ରହ୍ମପୁର-ମୋହନା ଭାୟା ରାଜ୍ୟ ରାଜପଥ ରାସ୍ତା ଗତକାଲି ଅପରାହ୍ନ ୪ଘଣ୍ଟା ପର୍ଯ୍ୟନ୍ତ ଅବରୋଧ କରିଥିଲେ । ପ୍ରଶାସନ ତରଫରୁ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ଏହି ରାସ୍ତା ଅବରୋଧ କରିବା ଦ୍ୱାରା ସମସ୍ତ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ହୋଇ ସାଧାରଣଙ୍କ ଜିବନ ଯାତ୍ରା ଠପ୍ ହେବା ସହ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ଏହି ରାସ୍ତା ଅବରୋଧର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରଶାସନ ତରଫରୁ ଉଭୟ ସ୍ଥାନରେ ନିର୍ଦ୍ଧିଷ୍ଟ ଏକ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଚାଷୀ ମାନଙ୍କର ଧାନ କିଣିବା ପାଇଁ ମଣ୍ଡିରେ ଅନୁମତି ପ୍ରଦାନ କରାଯାଇଥିବା ଯୋଗୁଁ ଅନ୍ୟ ମହିଳା ଗୋଷ୍ଠୀମାନେ ଏହାର ପ୍ରତିବାଦ ଜଣାଇ ରାଜ୍ୟ ରାଜପଥ ଉପରେ ବସି ମହିଳାମାନେ ଧାରଣା ଦେବା ସହ ରାସ୍ତା ଅବରୋଧ କରିଥିଲେ । ପରିଶେଷରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ ପ୍ରତିଶ୍ରୁତି ଦେବାପରେ ମହିଳା ଗୋଷ୍ଠୀମାନେ ରାସ୍ତାରୋକରୁ ହଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ