ଜଳିଗଲା ବାଇକ୍
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ଵୟାଵନାପୁର ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ବଳରାମ କବି ଗତକାଲି ରାତିରେ ନୀଜ ମୋଟରସାଇକେଲକୁ ଘର ଦୁଆରେ ରଖିଥିଲେ । ହେଲେ ବିଳମ୍ବିତ ରାତିରେ ବାଇକ୍ ରେ ନିଆଁ ଲାଗିଥିବା ପାଖପଡୋଶୀ ଦେଖିବାକୁ ପାଇଥିଲେ । ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିବା ବେଳେ ଗାଁ ରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ଯୋଗୁଁ ଵାଇକଟି ସଂପୂର୍ଣ୍ଣ ପୋଡିଯାଇଥିବା ସୂଚନା ମିଳିଛି । ଦୁର୍ଘଟଣା ର ପ୍ରକୃତ କାରଣ ଜଣାପଡ଼ିନାହିଁ ।


