ବେଲଗୁଣ୍ଠା ବିଜେଡିର ମିଶ୍ରଣ ପର୍ବ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଲକ ନେଟଙ୍ଗା ପଂଚାୟତ ଗତ ୧୫ ବର୍ଷ ହେଲା ଅଣ ବିଜେଡ଼ି ଦୁର୍ଗଭାବେ ପରିଚିତ ଥିଲା l ଆଗାମୀ ନିର୍ବାଚନ ପାଇଁ ପାଣିପାଗ ଉଷ୍ମ ହୋଇ ଆସୁଥିବା ବେଳେ ଅଣ ବିଜେଡି ଦୁର୍ଗ ଗୁଡିକରେ ବିଜେଡି ପତାକା ଉଡାଇବା ପାଇଁ ଅଣ୍ଟା ଭିଡିଛନ୍ତି ବେଲଗୁଣ୍ଠା ବ୍ଳକ୍ ବିଜୁ ଜନତା ଦଳ ସଭାପତି ପ୍ରଶାନ୍ତ କୁମାର ନାୟକ ।ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ବିଜେପି ର ଟାଣୁଆ ନେତା ତଥା ସମିତି ସଭ୍ୟ ଦେବେନ୍ଦ୍ର ଗୌଡ଼ ଓ ତାଙ୍କ ସହଯୋଗୀ ଅକ୍ଷୟ ଗୌଡ଼ ବ୍ଲକ ବିଜେଡ଼ି ସଭାପତି ଶ୍ରୀ ନାୟକଙ୍କୁ ସମର୍ଥନ ଦେଇ ସୋରଡ଼ା ବିଜେଡ଼ି କାର୍ଯ୍ୟାଳୟରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉପସ୍ଥିତରେ ବିଜେଡ଼ିରେ ଯୋଗ ଦେଇ ଥିବା ଜଣା ପଡିଛି l ବିଧାୟକ ଶ୍ରୀ ସ୍ୱାଇଁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ଯୋଗ ଦେଇଥିବା ଶ୍ରୀ ଗୌଡ଼ ପ୍ରକାଶ କରିଥିଲେ l ଆଗାମୀ କିଛିଦିନ ମଧ୍ୟରେ ବିଜେଡ଼ି ରେ ମହାମିଶ୍ରଣ କାର୍ଯ୍ୟକ୍ରମ ହୋଇ ସମିତିସଭ୍ୟ ଶ୍ରୀ ଗୌଡ଼ ଙ୍କ ସହଯୋଗୀ ମାନେ ଦଳରେ ମିଶିବା ନେଇ ସଭାପତି ଶ୍ରୀ ନାୟକ ସୂଚନା ଦେଇଥିଲେ l ଶ୍ରୀ ଗୌଡ଼ ଙ୍କ ଯୋଗଦାନ ପରେ ନେଟଙ୍ଗା ବିଜେଡ଼ି ଅଧିକ ଶକ୍ତିଶାଳୀ ହୋଇଥିବା କର୍ମୀ ମହଲରେ ଆଲୋଚନା ହେଉଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନର ଉଷ୍ଣତା ବଢ଼ିବାରେ ଲାଗିଛି ।ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ କୁଞ୍ଜ ବିହାରୀ ନାୟକ, ବ୍ଲକ ସାଧାରଣ ସମ୍ପାଦକ ଏସ ରାମେଶ୍ୱର ପାତ୍ର, ଜିଲ୍ଲା ପରିଷଦ ଅମିତ ନାୟକ, ବ୍ଲକ ଉପସଭାପତି ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ପଂଚାୟତ ସଭାପତି କୁନା ଲେଙ୍କା, ଯୁବ ନେତା ପଞ୍ଚାନନ ନାୟକ, ଦିବ୍ୟାଲୋଚନ ନାୟକ, ଅରୁଣ କୁମାର ନାୟକ, ଯତୀନ ବେହେରା, ସରପଞ୍ଚ ରାଜେନ୍ଦ୍ର ଗୌଡ଼,ଶରତ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l


