କରୋନା ଏବଂ ଓମିକ୍ରନ୍‌ ଭୂତାଣୁ ସଂକ୍ରମଣ ସମ୍ବନ୍ଧରେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :ଦେଶରେ ପୁଣି କାୟା ମେଲେଇଲାଣି କରୋନାର ତୃତୀୟ ଲହର । ଓମିକ୍ରନ୍‌ ଭୂତାଣୁ ଦ୍ରୁତ ଗତିରେ ସଂକ୍ରମଣ ହେବାରେ ଲାଗିଛି । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି ଏବଂ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲାଣି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ପୁଣି ନୁଆ ଗାଇଡ୍‌ ଲାଇନ୍‌ ତିଆରି କରାଗଲାଣି । ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଏସଡିପିଓ ଜି.ଆର୍‌.ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ସମ୍ମିଳନୀ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ଅଞ୍ଚଳରେ ସରକାରଙ୍କ ସମସ୍ତ ନିୟମ ମାନି ଆମେ ଚଳିବା ଏବଂ ଜନସାଧାରଣଙ୍କୁ କିଭଳି ସଚେତନ କରାଇବା ସେନେଇ ଆଲୋଚନା ହୋଇଥିଲା । ଏଥିରେ ଥାନା ଅଧିକାରୀ ବାବାଶଙ୍କର ସରାଫ୍‌, ଗଣମାଧ୍ୟମ ପ୍ରତିନିଧି, ବଣିକ ସଂଘ ସଂପାଦକ ଶ୍ୟାମସୁନ୍ଦର ପାତ୍ର, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଶିକ୍ଷାନିକେତନ ର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ନିଜ ନିଜର ମତାମତ ଦେଇଥିଲେ । ଆମେ ସମସ୍ତେ ସଚେତନ ହେଲେ ଅନ୍ୟକୁ ସଚେତନ କରାଇ ପାରିବା ଏବଂ ଆମ ଅଞ୍ଚଳରେ ମହାମାରୀ କରୋନା ଓ ଓମିକ୍ରନ୍‌ ସଂକ୍ରମଣ ଚେନ୍‌ କୁ ଭାଙ୍ଗି ପାରିବା ବୋଲି କହିବା ସହ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି ଏସଡିପିଓ ଜି.ଆର୍‌.ରେଡ୍ଡୀ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ