ଓଡିଶା ସାହିତ୍ୟ ଏକାଡେମୀର ‘ଆମ ଗାଁ ଆମ ସାହିତ୍ୟ ପର୍ବ’
ବନ୍ତ, (ଚାନ୍ଦିନୀ ମହାନ୍ତି) :ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍କଳ କେଶରୀ ସାହିତ୍ୟ ସଂସଦ ସହଯୋଗରେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ‘ଆମ ଗାଁ ଆମ ସାହିତ୍ୟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ନାଟ୍ୟକାର ଡ.ସୁଧାଂଶୁ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ କବି ପୂର୍ଣ୍ଣ ଚନ୍ଦ୍ର ବହଳୀ, ସମ୍ମାନୀତ ଅତିଥି ଭାବେ ଶିଶୁ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ, କବି ଗଣେଶ ପ୍ରସାଦ କରଶର୍ମା, ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲ, ଜଗନ୍ନାଥ ପାତ୍ର, ନାରାୟଣ ଚନ୍ଦ୍ର ଲେଙ୍କା ଯୋଗ ଦେଇଥିଲେ । ପ୍ରାଧ୍ୟାପକ ରାଜ କିଶୋର ଆଚାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରମାକାନ୍ତ ଜେନାଙ୍କ ସଂଚାଳନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ୩୦ରୁ ଉର୍ଦ୍ଧ୍ୱ କିଶୋର କିଶୋରୀ କବିତା ପାଠ କରିଥିଲେ । ଏହି ଅବସରରେ ବନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟ ଆଧାରିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଭାସ୍କର ଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।


