ମା”ବାସନ୍ତୀଦୁର୍ଗାଙ୍କ ଜମି ବିବାଦ:କୋର୍ଟଙ୍କ ନିଷେଧାଦେଶ ଜାରି

ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି ଅଧିନ ଶ୍ୟାମପୁର ସ୍ଥିତ ମା”ବାସନ୍ତୀଦୁର୍ଗାଙ୍କ ଜମିର ଟ୍ରଷ୍ଟ ଏବଂ ମାରଫାତଦାରଙ୍କ ମଧ୍ୟରେ ଜମି ବିବାଦ ଲାଗି ଏବେ ଏକ ନୂଆ ମୋଡ଼ ନେଇଛି। ଏହି ଜମି ଉପରେ ବିବାଦ ଲାଗି ରହିଥିବା ବେଳେ ଧାମନଗର କୋର୍ଟରେ ବିଚାରଧିନ ଅଛି। ପୁଣି ଏବେ ଭଦ୍ରକ ଦୌରାଜଜଙ୍କ ଅଦାଲତରେ ମିସ୍ କେସ ନଂ ୧୧୫/୨୬ ଏବଂ ଆଇ,ଏ- ୭୧/୨୬ ମୂଳେ ସବୁ କାଗଜପତ୍ର ଦେଖି ଦୌରାଜଜ ଶୁଣାଣି କରି ମା”ବାସନ୍ତୀ ଦେବୀ ଠାକୁରାଣୀ ବିଜେ ଧାମନଗର ଙ୍କର ଖାତା ୯୨୮ ଏବଂ ୯୮୪ ରେ ଥିବା ୭ ଗୋଟି ପ୍ଲଟ ଉପରେ ଗତ ୨୫/୦୯/୨୬ ତାରିଖରେ ମାନ୍ୟବର କୋର୍ଟ ନିଷେଧାଦେଶ ଜାରି କରିଛନ୍ତି। କିନ୍ତୁ ଦୁଖଃ ଓ ପରିତାପର ବିଷୟ ଗତ ୨୯/୦୯/୨୬ ତାରିଖ ୧୦ଟା ୩୦ ମିନିଟ ସମୟରେ ସରକାରୀ ଦଳର ପ୍ରଭାବଶାଳୀ ବ୍ୟକ୍ତି ଧାମନଗର ବିଧାୟକ ତଥା ମନ୍ତ୍ରୀଙ୍କ ନଗର ପ୍ରତିନିଧି କୈଳାସ ଚନ୍ଦ୍ର ମହାପାତ୍ର,ନାରାୟଣ ଚନ୍ଦ୍ର ମହାପାତ୍ର ଏବଂ ତାଙ୍କ ସହଯୋଗୀ କିଛି ଅସାମାଜିକ ଯୁବକ ମାନେ ମାନ୍ୟବର କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ବେଆଇନ ଭାବେ ଜୋର ଜବରଦସ୍ତ ଦୋକାନ ଗୃହର ସଟରକୁ କଟରରେ କାଟି ଦଖଲ ନେବା ପାଇଁ ଚେଷ୍ଟା କରିଥିଲେ। ଜମିର ମାରଫାତଦାର ମାନେ ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କ ପ୍ରତିନିଧି ହୋଇ କୋର୍ଟର ଅବମାନନା କରିଥିବାରୁ ଘୋର ନିନ୍ଦା କରିବା ସହ ପୋଲିସ ଉପରେ କ୍ଷମତାର ଅପବ୍ୟବହାର କରିବାରୁ ଆଇଆଇସିଙ୍କୁ କୋର୍ଟ କାଗଜପତ୍ର ସହ ଅବମାନନାର ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ ଅଧିକାରୀ ସବୁ ଜାଣି କିଛି ଶୁଣିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି। କୈଳାସ ଚନ୍ଦ୍ର ମହାପାତ୍ର ମନ୍ତ୍ରୀଙ୍କୁ ବଦନାମ କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଖୁଲମ ଖୁଲା କହିଛନ୍ତି। ତେବେ ଆମେ ନ୍ୟାୟ ନପାଇଲେ ରାଜରାସ୍ତା ରେ ଧାରଣା ଦେବାକୁ ଜମିର ମାରଫାତଦାର ମାନେ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଲଲକ୍ଷ୍ମୀ କାନ୍ତ ମହାପାତ୍ର,ପ୍ରକାଶ ଚନ୍ଦ୍ର ମହାପାତ୍ର,ଶୈଳନ୍ଦ୍ର ମହାପାତ୍ର,କୃଷ୍ଣ ଚନ୍ଦ୍ର ମହାପାତ୍ର,ଧର୍ମେନ୍ଦ୍ର ଦାସ,ବୁଲୁ ଜେନା,ରଞ୍ଜନ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ