ନିଆଁରେ ପୋଡି ବୃଦ୍ଧ ଗୁରୁତର

ମୋହନା, (ଅଂଶୁମାନ ପଣ୍ଡା) :ଗଜପତି ଜିଲ୍ଲା ରେ ଲାଗିରହିଛି ପ୍ରବଳ ଶୀତ ଜାକୁ ନେଇ ଦୁର୍ଗମ ଅଞ୍ଚଳରେ ଲୋକେ ଘରେ ନିଆଁ ଲଗାଇ ପୁଉଁଥିବା ଦେଖିବାକୁ ମିଳୁଛି I ଅନେକ ଲୋକେ ନିଜ ଜମି ରେ କୁଡ଼ିଆ କରି ଫସଲ ଜଗିଥିବା ବେଳେ ଶୀତ ରୁରକ୍ଷା ପାଇବା ପାଇଁ ନିଆଁ ଲଗାଇଥାନ୍ତି I ହେଲେ ସେଇ ନିଆଁ କାଳ ହେବ ବୋଲି କିଏ ଜାଣିଥିଲା ନିଆଁ ପୂଉଁଥିବା ନିଆଁରେ ପୋଡି ବୃଦ୍ଧ ଗୁରୁତର । ଗଜପତି ଜିଲ୍ଲା ମୋହନା ଥାନା କପାଖାଲ ଗାଁରେ କାର୍ତ୍ତିକ ବଡରାଇତ ଧାନ ଖଳାରେ ଥିବା କୁଡ଼ିଆ ଘରେ ରାତିରେ ନିଆଁ ଜାଳି ନିଆଁ ପୂଉଁଥିବା ହଠାତ ଦେହରେ ନିଆଁ ଲାଗିଯାଇଥିଲା । ଗୁତୁଟର ଅବସ୍ଥାରେ ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟବସ୍ତ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ରେଫର କରିଥିଲେ । କିନ୍ତୁ ଅର୍ଥଅଭାବରୁ ପରିବାର ଲୋକେ କଟକ ନେଇ ନ ପାରି ଘରକୁ ଫେରାଇ ଆଣିଛନ୍ତି । ଏଭଳି ସ୍ଥିତି ଗୁରୁତର କାର୍ତ୍ତିକ ବଡ଼ରାଇତଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି କରିଛନ୍ତି ପରିବାର ଲୋକେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ