ଦେଶୀ ମଦ ଭାଟି ନିର୍ମାଣକୁ ପୁଣି ବିରୋଧ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ପୁଣି ଏକ ନିର୍ମାଣ ହେବାକୁ ଥିବା ଦେଶୀ ମଦ ଭାଟିକୁ ବିରୋଧ । ମହେନ୍ଦ୍ର ତନୟା ନଦୀର ଉଭୟ କୂଳରେ ଆନ୍ଧ୍ର ଓ ଓଡ଼ିଶାର ମଦ ବେପାରୀ ପ୍ରସ୍ତୁତ କରୁଛନ୍ତି ଦେଶୀ ମଦ। ମଦ ରନ୍ଧାଯାଉଥିବା ଯୋଗୁଁ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଏଥିରୁ ବର୍ଜ୍ଜିତ ପୋଚ ଓ କେମିକାଲ ନଦୀ ଜଳକୁ ଦୁଷିତ କରୁଥିବା ଅଭିଯୋଗ ହୋଇଛି । ଅଞ୍ଚଳର ବାଗଶାଳା, ଯୁବରାଜ ପୁର, କାମଧେନୁ, ସରଧାପୁର, ବାପୁଜୀ ପେଣ୍ଠ, ଅଗରଖଣ୍ଡି ଆଦି ଗ୍ରାମର ୩୦ ହଜାର ଜନସାଧାରଣ ଏଥି ଦ୍ୱାରା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଅଞ୍ଚଳର ଏକ ପ୍ରତନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏଥିରେ ତୁରନ୍ତ ହସ୍ତକ୍ଷେପ କରି ମଦ ଭାଟି ଗୁଡ଼ିକର ନିର୍ମାଣ ବନ୍ଦ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ