ଅସହାୟଙ୍କୁ କମ୍ବଳ ବଂଟନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଗ୍ରାମାଂଚଳର ଅସହାୟ ଶୋଇବାରେ ସମସ୍ୟା ଦେଖା ଦେଉଛି । ଏହି ପରୀପ୍ରେକ୍ଷୀରେ ରାଜଧାନୀ ଉପକଣ୍ଠ ଶେଉଳକୁଣ୍ଡ ଅଂଚଳରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ପକ୍ଷରୁ ଅସହାୟଙ୍କ କମ୍ବଳ ବଂଟନ କରାଯାଇଥିଲା । ଏଥିରେ ଫାଉଣ୍ଡେସନ୍ର ଡ. ଶୁକାନ୍ତି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଶ୍ୟାମସୁନ୍ଦର ମହାନ୍ତି, ଇଂ ବିପିନ ନାୟକ, ଡ. ଶିବ ବେହେରା, ବାଳକୃଷ୍ଣ ରାଉତ, ବଂଶିଧର ମହାନ୍ତି, ଚକ୍ରଧର ଦାସ ଓ ବହୁ ସଭ୍ୟ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ ।


