ପ୍ରଦୂଷଣ ପରୀକ୍ଷାକେନ୍ଦ୍ର ଉଦଘାଟିତ କଲେ ବିଧାୟକ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ଛେନାପଦିଛକରେ ପ୍ରଦୂଷଣ ପରୀକ୍ଷାକେନ୍ଦ୍ର ଉଦଘାଟିତ ହୋଇଯାଇଛି । ଇଂ ରବିନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ଅକରୁଆ ପଞ୍ଚାୟତର ସରପଞ୍ଚ କୌଶଲ୍ୟା ସେଠୀ ପ୍ରମୁଖ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଏହାଦ୍ୱାରା ହାଟଡିହି ଅଞ୍ଚଳର ଲୋକମାନେ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ମାର୍କଣ୍ଡ ଚରଣ ଓଝା, ଚିନ୍ମୟ ନାୟକ, ଅଭିମନ୍ୟୁ ସେଠୀ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ଗୋପାଳ ନାୟକ, ସୁଦର୍ଶନ ସା, ସୁରେନ୍ଦ୍ର କୁମାର ସା, ସମିତିସଭ୍ୟ ପ୍ରଭାତ ରାଉତ, କୋଦଣ୍ଡଧର ଦାସ, ଶାନ୍ତନୁ ସେଠୀ, ସୁଧାକର ଓଝା, ବାବୁଲି ପଟ୍ଟନାୟକ, ବିଜୟ ମଲ୍ଲିକ, , ଗୌରାଙ୍ଗ ରଣା, ରବୀନ ପାଢ଼ୀ, ସନ୍ତୋଷ କୁମାର ନାୟକ, ସରୋଜ ଚକ୍ର, ରାଜୁ ସା, ଲକ୍ଷ୍ମୀଧର ଜେନା, ମହେଶ୍ୱର ସାଙ୍କ ସମେତ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଦୀପକ ସାହୁ, ରତିକାନ୍ତ ବେହେରା, ଶରତ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ