କାନପୁରରେ ନୌକା ବିହାର ପ୍ରକଳ୍ପ ଉଦଘାଟିତ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ସୋସୋ ପଞ୍ଚାୟତର କାନପୁର ଗାଁର ଗୁଡିପୋଖରୀରେ ଏକ ନୌକା ବିହାର ପ୍ରକଳ୍ପକୁ ମାନ୍ୟବର ବିଧାୟକ ଭାଗିରଥି ସେଠୀ ଉଦଘାଟିତ କରିଛନ୍ତି । କାମେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଭାତ କୁମାର ବେହେରା ସଭାପତିତ୍ୱ କରିଥିବାବେଳେ ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲି ସଂଘର ସଭାପତି ରମାକାନ୍ତ ନାୟକ, ସମ୍ପାଦକ ଦିଲୁ କର, ବରିଷ୍ଠ ନାଗରିକ ତଥା ଶିକ୍ଷାବିତ ବୀରଭଦ୍ର ବେହେରା, ବ୍ଲକ ବିଜେଡି ସଭାପତି ବିକ୍ରମ କେଶରୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଗ୍ରାମବାସୀଙ୍କୁ ଏକଜୁଟ ହୋଇ ଗାଁର ବିକାଶ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ । ଗାଁ ଭିତରେ ରାସ୍ତା ସଙ୍କୁଚିତ ହୋଇଯାଇଥିବାରୁ ସେହି ସମସ୍ୟାକୁ ସମାଧାନ କରିବା ଦିଗରେ ଯୁବସମାଜ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏକ ପୋଖରୀ ଭିତରେ ଯୁବକ ମାନଙ୍କ ଉଦ୍ୟମରେ ନୌକା ବିହାର ପ୍ରକଳ୍ପ ହୋଇପାରି ଥିବାରୁ ଅତିଥିମାନେ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହରମୋହନ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ମାନସ ରଞ୍ଚନ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସାଳନ୍ଦୀ ନଦୀ ଉପରେ ଗାଁର ଗଙ୍ଗାଧର ରାଉତ ନିଜ ଉଦ୍ୟମରେ ପୋଲଟିଏ ନିର୍ମାଣ କରିଥିବାବେଳେ ସରକାରୀ ଅନୁଦାନରେ ଏହାର ସଂଯୋଗୀ କରଣ ରାସ୍ତା ପାଇଁ ମହିଳାମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶତୃଘ୍ନ ପାତ୍ର, ଶାନ୍ତନୁ ସେଠୀ, ଗୋପାଳ ପଟ୍ଟନାୟକ, ନରେନ୍ଦ୍ର କୁମାର ନାୟକ, ବାବୁଲି ଲେଙ୍କା, ନରୋତ୍ତମ ସତପଥି, ଧବଳେଶ୍ୱର ପଟ୍ଟନାୟକ, ସୁଧାକର ଓଝା, ଗୌରାଙ୍ଗ ରଣା,ବିଜୟ ମଲ୍ଲିକ, ବୁଦ୍ଧଦେବ ଜେନାଙ୍କ ସହ ୩୪ଂ ଜୋନର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ସନ୍ତୋଷ ଜେନା, ପ୍ରସନ୍ନ କୁମାର ବେହେରା, ଦେବାଶିଷ ବେହେରା, ସରୋଜ ରାଉତ, ଅନିଲ ବେହେରା, ଗୁରୁପ୍ରସାଦ ବେହେରା, ବାବାଜି ବେହେରା, ଦଶରଥ ମହାରଣା, କହ୍ନେଇ ଚରଣ ଜେନା, ଗଦାଧର ଜେନା, ସନାତନ ମହାପାତ୍ର, ଭାଷ୍କର ସେଣ, ବିକାଶ ବଳ, ରାଜେନ୍ଦ୍ର କୁମାର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।