ଚିନ୍ତାରେ ଚାଷୀ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ବୁଲବୁଲ ବାତ୍ୟାର ପ୍ରଭାବରେ ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତର ତେନ୍ତୁଲିନଣ୍ଡା, ଶଙ୍ଖଣା, ମରୈଗାଁ, ଖପରାଖାଇ, ବନ୍ତଳା ଆଦି ଗ୍ରାମରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ଏକର ଏକର ଧାନଗଛ ସବୁ ମାଟିରେ ମିଶିଯାଇଛି । ଏହା ଜଳସେଚିତ ଅଞ୍ଚଳ ହୋଇଥିବାବେଳେ ଚଳିତବର୍ଷ ଧାନଚାଷ ଭଲ ଭଲ ହୋଇଥିଲା । ଏପରିକି ଭଲ ଅମଳ ହେବାର ମଦ୍ୟ ଆଶା କରାଯାଉଥିଲା । ଏହା ତଳିଆ ଅଞ୍ଚଳ ହୋଇଥିବାବେଳେ ସବୁବେଳେ ପାଣି ରହିଥାଏ । ଅକ୍ଟୋବର ମାସ ୨୫ରେ ସୃଷ୍ଟି ଲଘୁଚାପର ପ୍ରଭାବରେ ପ୍ରାୟ ପ୍ରତ୍ୟେକ ଜମିରେ ପାଣି ଭରପୁର ହୋଇଯାଇଥିଲା । ଜଳ ନିସ୍କାସନର କୌଣସି ସୁବିଧା ନଥିବାରୁ ବିଲ ମାନଙ୍କରେ କିଆରୀ କିଆରୀ ପାଣି ଥିବାବେଳ ବୁଲବୁଲ ବର୍ଷାରେ ଧାନଗଛ ସବୁ ପଡିଯିବାରୁ ଗାଁରେ ବ୍ୟାପକ ଧାନଫସଲ ନଷ୍ଟ ହୋଇଯାଇଛି । ଏପରିକି ଅଗପଚା ଦେଉଥିବା ଧାନସବୁ ପଚିବାକୁ ଆରମ୍ଭ କରିଥିବାବେଳେ ଫୁଲ ଖୋଳଉଥିବା ଧାନ ତଳେ ପଡିବାରୁ ବିଲକୁ ଦା ଯିବା ମଧ୍ୟ କଷ୍ଟକର ବୋଲି ଚାଷୀ କମଳାକାନ୍ତ ନାୟକ, ବନମାଳି ନାୟକ, ଶରତ କୁମାର ପହି, ରମାକାନ୍ତ ପହି, ଭଗବାନ ଆୟଚ, ପୁର୍ଣ୍ଣଚନ୍ଦ୍ର ଆୟଚ, ବସନ୍ତ କୁମାର ମଲ୍ଲିକ, ଗୌରାଙ୍ଗ ମଲ୍ଲିକ, ଦୀନବନ୍ଧୁ ମଲ୍ଲିକ, ଦୟାନିଧି ମଲ୍ଲିକ, ଉଦୟ ମଲ୍ଲିକ, ମୋହନ ମଲ୍ଲିକ, କୁଳମଣି ମଲ୍ଲିକ, ବିଶ୍ୱନାଥ ମଲ୍ଲିକ, ପ୍ରାଣକୃଷ୍ଣ ମଲ୍ଲିକ, ଅଧିକାରୀ ନାୟକ, ବାମଦେବ ନାୟକ, ଦୈତାରୀ ନାୟକ, ଜଗବନ୍ଧୁ ନାୟକ, ସନାତନ ନାୟକ, କୁଶକେତୁ ନାୟକ, ସୁଶାନ୍ତ ନାୟକ, ଜଗନ୍ନାଥ ରାଉତ, ଅକ୍ଷୟ ପହି, ଦିଗମ୍ବର ପହି ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବାନୁଯାଇ ଗ୍ରାମର ୯୦ଭାଗ ଲୋକ ଚାଷ ଉପରେ ହିଁ ନିର୍ଭରଶୀଳ ହୋଇଥିବାବେଳେ ଚଳିତବର୍ଷ ବୁଲବୁଲ ବାତ୍ୟା ଯେଉଁ ବିପର୍ଯ୍ୟୟ ଘଟାଇଲା ତାହା ଚାଷୀ କୁଳକୁ ଭଷାଇ ଦେଇଛି । ୫୦ଭାଗ ଧାନ ଅମଳ ହେବା ଆଶା କରାଯାଉ ନି । ଫଳରେ ଚାଷ ପାଇଁ ଯାହା ଖର୍ଚ୍ଚ ହୋଇଥିଲା ତାହ ପାଇବା କଷ୍ଟକର । କିପରି ଚାଷ ଋଣ ସୁଝିବୁ ଓ କିପରି ପରିବାରକୁ ବର୍ଷସାରା ଆହାର ଯୋଗାଇବୁ ସେ୍ôପାଇଁ ଚିନ୍ତାରେ ପଡିଛୁ । ପ୍ରଶାସନ ଚାଷୀ ମାନଙ୍କ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି । ସେହିପରି ଶିବନାରାୟଣପୁର ଗ୍ରାମବାସୀଙ୍କ ପକ୍ଷରୁ ଶତାଧିକ ଚାଷୀ ଆଜି ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ତହସିଲଦାରଙ୍କୁ ଦାବିପତ୍ର ଦେଇ ସେମାନଙ୍କ ଚାଷ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୁରଣ ଦେବାକୁ ନିବେଦନ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ଚନ୍ଦ୍ର ମୋହନ ପାତ୍ରଙ୍କୁ ପଚାରିବାରେ ସେ ବ୍ଲକରେ ୧୮୯୮୭ହେକ୍ଟର ଧାନ ଚାଷ ହୋଇଥିବାବେଳେ ବୁଲବୁଲ ବାତ୍ୟାରେ ଆନୁମାନିକ ୧୫୫୬ହେକ୍ଟର ଧାନଚାଷ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ଆଜି ପ୍ରଶାସନ ପକ୍ଷରୁ ତାଙ୍କୁ ରିପୋର୍ଟ ଦେବାକୁ କହାଯାଇଥିଲା ସେହି ଅନୁସାରେ ସେ ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଦ୍ୱାରା ଅଞ୍ଚଳ ବୁଲି ପ୍ରାଥମିକ ସର୍ଭେ କରିଛନ୍ତି ।ବୋଲି କହିଛନ୍ତି ।