ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ : ଧାନ ମଣ୍ଡି ଚୟନରେ ଅନିୟମିତତା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ମାନଙ୍କ ଘେରାଉ । ଆଜି ୧୦ ଘଣ୍ଟା ସମୟରେ କେରାଣ୍ଡି ପଞ୍ଚାୟତ ସୁଂୟ ସହାୟିକା ଗୋଷ୍ଟିର ସଦସ୍ୟ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ସୂଚନା ଅନୁସାରେ ଧାନ ମଣ୍ଡି ପରିଚାଳନାରେ ଅନିୟମିତତା ନେଇ ପ୍ରତିବାଦ କରିଥିଲେ । ଏକ ତରଫା ଗୋଟିଏ ବୃନ୍ଦାବତି ଗୋଷ୍ଠି ଦଳକୁ ଦାୟିତ୍ଵ ଗ୍ରହଣ ଦେଇଥିବାରୁ ପ୍ରତିବାଦ କରାଯାଇଛି । ଆଗରୁ ଅନେକ ଧର ସେହି ଗୋଷ୍ଟି ଦଳକୁ ଦାଇତ୍ଵ ଦିଆଯାଇଛି । ଆମ୍ଭମାନଙ୍କ ମଧ୍ୟରେ କଣ ଅଯୋଗ୍ୟ ରହିଛି ଯେ ଆମ ଦୋଳ ବଦଳରେ ବୃନ୍ଦାବତୀ ଗୋଷ୍ଟି ଦଳକୁ ଦାଇତ୍ଵ ପ୍ରଦାନ କରାଗଲା ବୋଲି ସଦସ୍ୟ ମାନେ ଗଣମାଧ୍ୟମକୁ କହିଥିଲେ ।