ଛତ୍ରପୁର ଆଖପାଖ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଆଜି କାର୍ତ୍ତିକ ଶେଷ ସୋମବାର ହୋଇଥିବା ଛତ୍ରପୁର ଆଖାପାଖ ଅଂଚଳ ସମସ୍ତ ଶୈବ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ହୋଇଥିଲ।। ଭୋରରୁ ଭକ୍ତମାନେ ଧାଡିରେ ଠିଆ ବିଭିନ୍ନ ଶୈବ ପୀଠ ମହଦେବଙ୍କ ଦର୍ଶନ କରିଛନ୍ତି । ସମସ୍ତ ମନ୍ଦିର ଟ୍ରଷ୍ଟି ପକ୍ଷରୁ ଲୋକଙ୍କ ସମାଗମ ପାଇଁ ବ୍ୟାପକ ବନ୍ଦୋବସ୍ତ ସହିତ ପୁଲିସ ଫୋର୍ସ ମୁତୟନ ହୋଇଥିଲେ । ଏହି ପରିପ୍ରେକ୍ଷୀ ରେ ଛତ୍ରପୁର ସହରର ଆଗ୍ରାହରମ ସାହିସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଗୈାରୀଶଙ୍କର ମନ୍ଦିର, ତାଡେପଲ୍ଲୀସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ କାଶୀବିଶ୍ୱନାଥ , ନୀଳକଣ୍ଠେଶ୍ୱର ସାହି ର ନୀଳକଣ୍ଠେଶ୍ୱର, ରିକାପଲ୍ଲୀ ର ଚନ୍ଦ୍ରଶେଖର, ପୁତିଗୋପାଳପୁର ବିଶ୍ୱେଶ୍ୱର, ନ୍ୟୁଉପୁଲିସ ଲାଇନସ୍ଥିତ ବିରେଶ୍ୱର, ହରିଣେଶ୍ୱର, ଚମାଖଣ୍ଡି ଛକ ସ୍ଥିତ ମଲ୍ଲିକେଶ୍ୱର, ପାଲିଆଛତ୍ରପୁରର ଧବଳେଶ୍ୱର, ସୁନ୍ଦରରପୁରର ସୁନ୍ଦରେଶ୍ୱର, ଟାଙ୍ଗଣାପଲ୍ଲୀ ନୀଳକଣ୍ଠେଶ୍ୱର, ଭିକାରୀପଲ୍ଲୀର ହରିହରେଶ୍ୱର ଶୈବ ମନ୍ଦିର ରେ ଭକ୍ତମାନଙ୍କ ସମାଗମ ସହ ସନ୍ଧ୍ୟାରେ ପ୍ରଭୂଙ୍କ ଆଳତୀ ଦର୍ଶନରେ ବହୁ ମହିଳା ଭକ୍ତ ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ