ଛତ୍ରପୁର ଏକାଦଶ କୁ ହରାଇ ହୁମ୍ମା ଏକାଦଶ ଚାମ୍ପିୟାନ
ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ଷ୍ଟାଡିୟମ ପରିସର ରେ ଛତ୍ରପୁର ର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ୟୁଥ ମାସ ସେବା ସଂଘ ପକ୍ଷରୁ ଗତ ୫ ତାରିଖ ଠାରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଜାତୀୟ ଯୁବ ଦିବସ ଅବସରରେ ଉଦଯାପିତ ହୋଇଯାଇଛି l ଉଦ୍ଯାପନୀ ଦିବସ ର ଫାଇନାଲ ମ୍ୟାଚ ଛତ୍ରପୁର ଏକାଦଶ ସହ ହୁମ୍ମା ଏକାଦଶ ମଧ୍ୟରେ କଡ଼ାମୁକାବିଲା ହୋଇଥିଲା l ଛତ୍ରପୁର ଏକାଦଶ କୁ ୯୨ ରନ ରେ ହରାଇ ହୁମ୍ମା ଏକାଦଶ ଚମ୍ପିୟାନ ହୋଇଛନ୍ତି l ହୁମ୍ମା ଏକାଦଶ ପ୍ରଥମେ ବେଟିଂ କରି ୧୫ଓଭର ୫ଉଇକେଟ ହରାଇ ୧୫୬ ରନ ସଂଗ୍ରହ କରିଥିବା ଏହାକୁ ଲକ୍ଷ୍ୟ ରଖି ଛତ୍ରପୁର ଏକାଦଶ ୧୧ ଓଭର ରେ ୬୪ ରନ ସଂଗ୍ରହ କରି ଅଲଆଉଟ ହେବାସହ ପରାଜିତ ହୋଇଥିଲେ l ଉଦଯାପନୀ ସମାରୋହରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସା ହିତ କରିବା ସହ ଚମ୍ପିୟାନ ହୋଇଥିବା ହୁମ୍ମା ଦଳକୁ ଟ୍ରଫି ସହ ୧୫ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ରନର୍ସ ହୋଇଥିବା ଛତ୍ରପୁର ଦଳକୁ ଟ୍ରଫି ସହ ୧୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ l ମ୍ୟାନ ଅଫ ଦି ମ୍ୟାଚ ଭାବେ ହୁମ୍ମା ଦଳର ଦଣ୍ଡ, ମ୍ୟାନ ଅଫ ଦି ସିରିଜ ହୁମ୍ମା ଦଳର ପପୁନ ,ଶେଷ୍ଠ ବ୍ୟାଟ୍ସ ମ୍ୟାନ ଛତ୍ରପୁର ଦଳର ଗୋପାଳ, ଶେଷ୍ଠ ବୋଲର ହୁମ୍ମା ଦଳ ର ଟୁନା ଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଜୁ ଜନତା ଦଳର ନଗର ସଭାପତି ବି.ରାଜୁବାବୁ, ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ୟୁଥ ମାସ ସେବା ସଙ୍ଘ ର ଆଇନ ପରାମର୍ଶ ଦାତା ବି.ଶ୍ରୀନିବାସ, ପରାମର୍ଶ ଦାତା ରାଜେଶ କୁମାର ସାହୁ, ସଂଘର ଚ୍ୟାୟାରମ୍ୟାନ ଡ.ବନମାଳି ନେପାକ, ସମ୍ପାଦକ ସୟଦ ମୁକ୍ତାର, ସହ-ସମ୍ପାଦକ ତ୍ରିଲୋଚନ ବେହେରା, ଟି. ବେଣୁ ଗୋପାଳ ଆଚାରୀ ଙ୍କ ସମେତ ଛତ୍ରପୁର ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ୟୁଥ ମାସ ସେବା ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ପରିଚାଳନା ସହଯୋଗ କରିଥିଲେ l


