ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାମଲେଖା ଦୁର୍ନୀତି ପ୍ରସଙ୍ଗରେ ଛାତ୍ରକଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ନାମଲେଖା ଦୁର୍ନୀତିର ତଥ୍ୟ ଅନୁସନ୍ଧାନ ପାଇଁ ପ୍ରଦେଶ ଛାତ୍ରକଂଗ୍ରେସର ସଭାପତି ୟାସିର ନୱାଜ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛନ୍ତି । ଏହି କମିଟିରେ ପ୍ରଦେଶ ଛାତ୍ରକଂଗ୍ରେସ ମୁଖ୍ୟ ମୁଖପାତ୍ର ବିଶ୍ୱଭୂଷଣ ମହାପାତ୍ର, ଆଶିଷ କୁମାର ମହାନ୍ତ, ମହମ୍ମଦ ଗୁଲଫାମ୍‌, ଅଭିରାମ ଗୌଡ଼, ବିକ୍ରମ ସେନାପତି, ଅଭିଳାସ ଜେନା, ସାରଦା ପ୍ରସନ୍ନ, ଗୌତମ ସାହୁ, ରହିମତ ଅଲ୍ଲୀ, ସାଜ ସିଦ୍ଦିକ ପ୍ରମୁଖ ରହିଛନ୍ତି । ଏହି କମିଟି ଭଦ୍ରକ ଜିଲ୍ଲା ଗସ୍ତ କରି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଛାତ୍ରଛାତ୍ରୀ, ନାମଲେଖା ଦାୟିତ୍ୱରେ ଥିବା ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପ୍ରଦେଶ ଛାତ୍ର କଂଗ୍ରେସକୁ ୪ଦିନ ଭିତରେ ଏକ ରିପୋର୍ଟ ପ୍ରଦାନ କରିବେ । ଏଠାରେ ପ୍ରକାଶଥାଉକି, କଟ୍ ଅଫ୍ ନମ୍ବର ତଳେ ଥିବା ଛାତ୍ରଛାତ୍ରୀମାନଙ୍କୁ ଜାଲ୍ ଭିନ୍ନକ୍ଷମ ସାର୍ଟିଫିକେଟ ଦିଆଯାଇ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହଜାର ହଜାର ପିଲାଙ୍କ ଠାରୁ ଲାଞ୍ଚ ନେଇ ନାମ ଲେଖାଯାଇଛି । ପ୍ରଦେଶ ଛାତ୍ରକଂଗ୍ରେସ ଭଦ୍ରକ ସ୍ୱୟଂଶାସିତ କଲେଜର ଏହି ନାମଲେଖା ଦୁର୍ନୀତି ବିରୁଦ୍ଧରେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ ବୋଲି ସ୍ଥିର କରିଛି । ରାଜ୍ୟ ସାରା ଅନ୍ୟାନ୍ୟ ସରକାରୀ ମହାବିଦ୍ୟାଳୟରେ ମଧ୍ୟ ଏଭଳି ଦୁର୍ନୀତି ବର୍ଷ ବର୍ଷ ଧରି ହୋଇ ଆସୁଛି ବୋଲି ଛାତ୍ରକଂଗ୍ରେସ ପାଖରେ ଅଭିଯୋଗ ପହଞ୍ôଚଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ